ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ମନ୍ଦିରରେ ଶପଥ

ନୟାଗଡ଼,୨ା୪ (ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ପ୍ରସିଦ୍ଧ ଶୈବପୀଠ ଯାମୁପାଟଣାସ୍ଥିତ ଦୁତୀକେଶ୍ୱର ମନ୍ଦିରରେ ସୋମବାର ନୟାଗଡ଼ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁଙ୍କୁ ଭୋଟ ଦେବା, ବିଜୟ ପାଇଁ ନୟାଗଡ଼ ବ୍ଲକର ସରପଞ୍ଚ ଓ ସମିତିସଭ୍ୟ ଶପଥ ପାଠ କରିଥିବା ଭିଡିଓ ଭାଇରାଲ ହୋଇଛି। ଏପରିକି ନୟାଗଡ଼ ବିଧାୟକ ମନ୍ଦିରରେ ଉପସ୍ଥିତ ଥାଇ ଶପଥ ପାଠ କରାଇବାରେ ସହଯୋଗ କରୁଥିବା ଭାଇରାଲ ଭିଡିଓରେ ରହିଛି। ସେହିପରି ନୂଆଗାଁ ବ୍ଲ୍ଳକ ମାଳିସାହି ଗତିଶ୍ୱର ମହାବିଦ୍ୟାଳୟର ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା ପତ୍ନୀ କ୍ରୀଦାଶପୁର ସରପଞ୍ଚ ସଞ୍ଜୁବାଳା ବିଶ୍ୱାଳଙ୍କ ସହ ମିଶି ଶପଥ ପାଠ କରିବାର ଭିଡିଓ ଅଧିକ ପରିମାଣର ଭାଇରାଲ ହୋଇଛି। ସରପଞ୍ଚ ପତ୍ନୀଙ୍କ ସହ ଜଣେ ଅଧ୍ୟାପକ କିପରି ବିଜେଡିକୁ ଭୋଟ ଦେବାକୁ ଶପଥ ନେଉଛନ୍ତି ସେନେଇ ପ୍ରଶ୍ନ ଉଠାଇ ଜିଲାପାଳଙ୍କୁ ସମାଜିକ କର୍ମୀ ସନ୍ତୋଷ ପ୍ରଧାନ ଫେରାଦ ହୋଇଛନ୍ତି। ଅନ୍ୟପକ୍ଷେ ନୟାଗଡ଼ ଜିଲା ଜିଲା ପରିଷଦ ସଦସ୍ୟ ସରପଞ୍ଚ ଓ ସମିତିସଭ୍ୟମାନଙ୍କୁ ମନ୍ଦିରରେ ଭୋଟ ପାଇଁ ଶପଥ ପାଠ କରାଉଥିବାରୁ ଆଚରଣ ବିଧି ଉଲ୍ଲଘଂନ ନେଇ ଜିଲାପାଳ ଓ ନିର୍ବାଚନ କମିଶନରଙ୍କୁ ଟୁଇଟ କରି ତଦନ୍ତ ପାଇଁ ଅନୁରୋଧ କରିଛନ୍ତି।
ଏ ନେଇ ଭାଜପା ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ କହିଛନ୍ତି, ଭୋଟ ପାଇଁ ମନ୍ଦିରରେ ଶପଥ ପାଠ କରାଇବା ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ ହୋଇଛି। ପୁଣି ଜଣେ ମହିଳା ସରପଞ୍ଚଙ୍କ ସ୍ବାମୀ ଅଧ୍ୟାପକ ହୋଇ ବିଜେଡି ଦଳକୁ ଭୋଟ ଦେବାକୁ ଶପଥ ନେଇଛନ୍ତି। ଏଭଳି ହେବା ଦ୍ୱାରା ନିର୍ବାଚନର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିଛି। ଭାଜପା ଏହାର ପ୍ରତିବାଦ କରିଛି। ଏ ନେଇ ନିର୍ବାଚନ କମିଶନରଙ୍କୁ ଫେରାଦ୍‌ ଦିଆଯିବ ବୋଲି କହିଛନ୍ତି। କଂଗ୍ରେସ ଜିଲା ସଭାପତି ରଣଜିତ ଦାଶ କହିଛନ୍ତି, ମନ୍ଦିରରେ ସରପଞ୍ଚ ଓ ସମିତିସଭ୍ୟଙ୍କୁ ନିୟମ କରାଇ ବିଜେଡି ଦଳକୁ ଭୋଟ ଦେବାକୁ ବାଧ୍ୟ କରାଇବା ଘଟଣା ଛୋଟ ଇସ୍ୟୁ ନୁହେଁ। ନିର୍ବାଚନ କମିଶନ ଏହାକୁ ଗୁରୁତ୍ୱ ଦେଇ ଭାଇରାଲ ଭିଡିଓର ତଦନ୍ତ କରିବା ଦରକାର। ଅନ୍ୟପକ୍ଷେ ଅଭିଯୋଗ ହୋଇଥିବା ଘଟଣାର ତଦନ୍ତ କରି ପଦକ୍ଷେପ ନିଅନ୍ତୁ। କଂଗ୍ରେସ ଏ ନେଇ ପ୍ରତିବାଦ କରିଛି, ତଦନ୍ତ ପାଇଁ ନିର୍ବାଚନ କମିଶନର ଓ ଜିଲାପାଳଙ୍କୁ ଟୁଇଟ କରିଛି ବୋଲି ସେ କହିଛନ୍ତି। ଭାଜପା କର୍ମୀ ତଥା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ କହିଛନ୍ତି, ହାରିବାର ଭୟ ଅଧିକ ହେବାରୁ ଭୋଟ ପାଇବାକୁ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଶପଥ ପାଠ ମନ୍ଦିରରେ କରାଯାଉଛି। ପୁଣି ନିଜେ ବିଧାୟକ ଉପସ୍ଥିତ ରହି ଶପଥ ପାଠରେ ସହଯୋଗ କରିବା ନିର୍ବାଚନର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଲାଣି। ଏ ନେଇ ଜିଲାପାଳ ଓ ନିର୍ବାଚନ କମିଶନରଙ୍କୁ ଅବଗତ କରାଇଛି ବୋଲି ସେ କହିଛନ୍ତି। ସୂଚନା ଅଧିକାର କର୍ମୀ ଶାନ୍ତନୁ ବିଶୋଇ କହିଛନ୍ତି, ଭୋଟ ପାଇଁ ମନ୍ଦିରରେ ଶପଥ ପାଠ କରାଇବା ବେଆଇନ। ଏହାର ତଦନ୍ତ ହେବା ଦରକାର। ଶପଥ ପାଠ ବିଜେଡିକୁ ଭୋଟ ଦେବା ପାଇଁ କରାଯାଇଛି। ମନ୍ଦିରରେ ଏହି ଫଟୋ ଓ ଭିଡିଓ ଅତି ନିକଟରୁ ଉଠାଯାଇଛି। ଯଦିଓ ଫଟୋ ଓ ଭିଡିଓ ଉତ୍ତୋଳନକୁ ବିଜେଡି ବିରୋଧୀ କରିଥିଲା ତେବେ ନିକଟରୁ ଭିଡିଓ ବିଜେଡି ପକ୍ଷରୁ କରାଯାଇଥିବା କୁହାଯାଇଛି। ଏଣୁ ଦଳର ଗୁମର କଥା ପଦାରେ ପଡିବାକୁ କେହି ଅନ୍ତର୍ଘାତି କାମ କରିଛି। ଯାହା ହେଉ ଘଟଣାର ତଦନ୍ତ ହେବା ଦରକାର।
ଶପଥ କାର୍ଯ୍ୟକ୍ରମରେ ସମବାୟ ଅଧିକାରୀ
ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ ବ୍ରାଞ୍ଚର ଶାଖା ପରିଚାଳକ ଯୁଗଳ କିଶୋର ପ୍ରଧାନ ଦୁତୀକେଶ୍ୱର ମନ୍ଦିରରେ ସରପଞ୍ଚ ଓ ସମିତିସଭ୍ୟ ଶପଥ କରାଯିବା ସମୟରେ ଉପସ୍ଥିତ ଥିଲେ ବୋଲି ଅଭିଯୋଗ ହୋଇଛି। ଏପରିକି ସରକାରୀ ଅଧିକାରୀ ହୋଇ କିପରି ଶପଥ କାର୍ଯ୍ୟରେ ସାମିଲ ହୋଇଛନ୍ତି, ପଚାରିବାରୁ ମନ୍ଦିରକୁ ଠାକୁର ଦର୍ଶନ କରିବାକୁ ଆସିଥିବା କହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି। ତେବେ ଏ ନେଇ ନୟାଗଡ କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ ବ୍ରାଞ୍ଚର ଶାଖା ପରିଚାଳକ ଯୁଗଳ କିଶୋର ପ୍ରଧାନଙ୍କୁ ପଚାରିବାରୁ କହିଥିଲେ, ଛୁଟିଦିନ ଥିବାରୁ ଦୁତିକେଶ୍ୱର ମନ୍ଦିର ଦର୍ଶନ କରିବାକୁ ଯାଇଥିଲି। ହେଲେ ସେ ସମୟରେ ମନ୍ଦିରରେ କିଛି ଶପଥ କାର୍ଯ୍ୟକମ ନ ଥିଲା। ମୋ ନଁାରେ ମଛରେ ଅଭିଯୋଗ କରାଯାଇ ମତେ ହଇରାଣ କରାଯିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri