ଆବଶ୍ୟକ ସାମଗ୍ରୀ-ବାଦାମ- ଅଧା କପ୍, ଓଟ୍ସ- ୧ କପ୍, ଗୁଡ଼- ଅଧାକପ୍, ରାଶି- ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ କଡ଼ାଇ ଗରମ କରି ସେଥିରେ ବାଦାମକୁ ଭାଜି ଦିଅନ୍ତୁ। ଭଲଭାବେ ବାଦାମ ଭାଜି ହୋଇଗଲା ପରେ ତାକୁ ଥଣ୍ଡା କରି ଚୋପା ଛଡ଼ାଇ ଦିଅନ୍ତୁ। ଏହାପରେ ବାଦାମକୁ ଗ୍ରାଇଣ୍ଡରରେ ଅଧା ଅଧା ଖଣ୍ଡ କରି ରଖନ୍ତୁ। ରାଶିକୁ ମଧ୍ୟ କଡେଇରେ ଭାଜି ଅଲଗା ରଖନ୍ତୁ। ଏବେ ଓଟ୍ସକୁ ମଧ୍ୟ ଅଳ୍ପ ବାଦାମୀ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ କଡେଇ ଗରମ କରି ସେଥିରେ ଗୁଡ଼ ଏବଂ ପାଣି ଢାଳନ୍ତୁ। ଗୁଡ଼ ଭଲଭାବେ ମିଶାଗଲା ପରେ ସେଥିରେ ସମସ୍ତ ସାମଗ୍ରୀ ପକାଇ ଭଲଭାବେ ଗୋଳାନ୍ତୁ। ସବୁ ସାମଗ୍ରୀ ଯେତେବେଳେ ପରସ୍ପର ସହ ମିଶି ଅଠାଳିଆ ହୋଇଯିବ ସେତେବେଳେ ମିଶ୍ରଣକୁ ଥାଳିକୁ ବାହାର କରି ଥଣ୍ଡା କରି ଦିଅନ୍ତୁ। ଏବେ ମିଶ୍ରଣକୁ ଲଡୁ ଭଳି ଆକାର ଦିଅନ୍ତୁ।