ଓ୍ବାଶିଂଟନ୍,୧୯।୭: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ପ୍ରାର୍ଥୀତ୍ୱକୁ ନେଇ ପ୍ରଶ୍ନ ବଢୁଛି। ୱାଶିଂଟନ ପୋଷ୍ଟ ଅନୁଯାୟୀ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ବାଇଡେନଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି। ଓବାମା ତାଙ୍କ ସହାୟକମାନଙ୍କୁ କହିଛନ୍ତି, ବାଇଡେନ ନିଜେ ପୁନବିର୍ଚାର କରିବା ଆବଶ୍ୟକ। ବର୍ତ୍ତମାନ ସୁଦ୍ଧା ଏହି ପ୍ରସଙ୍ଗରେ ଓବାମାଙ୍କ ତରଫରୁ କୌଣସି ଟୁଇଟ୍ କିମ୍ବା ବିବୃତ୍ତି ମିଳିନାହିଁ।
ୱାଶିଂଟନ ପୋଷ୍ଟ ଓବାମାଙ୍କ ସହ ଜଡିତ ଲୋକଙ୍କ ଉଦ୍ଧେଶ୍ୟରେ କହିଛି, ଜୋ ବାଇଡେନଙ୍କ ବିଜୟର ରାସ୍ତା ସଂକୀର୍ଣ୍ଣ ହୋଇଛି। ତାଙ୍କ ପ୍ରାର୍ଥୀତ୍ୱର ସମ୍ଭାବନାକୁ ଗମ୍ଭୀରତାର ସହ ବିଚାର କରିବା ଉଚିତ୍। ଏହି ରିପୋର୍ଟରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଓବାମାଙ୍କ ତରଫରୁ ତୁରନ୍ତ କୌଣସି ମନ୍ତବ୍ୟ ଆସିନାହିଁ।
ଓବାମା ୨୦୦୯ ରୁ ୨୦୧୭ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିଲେ, ସେତେବେଳେ ଜୋ ବାଇଡେନ ଡେମୋକ୍ରାଟିକ ପାର୍ଟିର ଉପରାଷ୍ଟ୍ରପତି ଥିଲେ ଏବଂ ଦଳରେ ସେ ବହୁତ ପ୍ରଭାବଶାଳୀ ଥିଲେ।