ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଭାରତର ମୁସଲମାନଙ୍କୁ ନେଇ ଟିପ୍ପଣୀରେ ବର୍ଷିଲେ ବାଇଡେନ ପ୍ରଶାସନ, କହିଲେ ଓବାମାଙ୍କ ହ୍ବାଇଟ ହାଉସ୍‌ ସହ କୌଣସି ସମ୍ଫର୍କ ନାହିଁ

ଓ୍ବାଶିଂଟନ୍‌.୨୯।୬:ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତର ମୁସଲମାନଙ୍କ ଉପରେ କରିଥିବା ଟିପ୍ପଣୀରେ ରାଜନୀତି ସରଗରମ ରହିଛି । ତେବେ ଏନେଇ ଓବାମାଙ୍କ ଏହି ମନ୍ତବ୍ୟରେ ବାଇଡେନ ପ୍ରଶାସନ ତାଙ୍କୁ ଟାର୍ଗେଟ କରିଛି। ବାଇଡେନ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସେ ଓବାମାଙ୍କୁ ସମ୍ମାନ କରନ୍ତି, କିନ୍ତୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ସେ ଦେଇଥିବା ମନ୍ତବ୍ୟ ବାଇଡେନ ପ୍ରଶାସନର ଆଭିମୁଖ୍ୟଠାରୁ ଭିନ୍ନ। ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓବାମାଙ୍କୁ ଦେଶର ସାଧାରଣ ନାଗରିକ ବୋଲି କହିବା ସହ ତାଙ୍କର ହ୍ବାଇଟ୍‌ ହାଉସ ସହିତ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି। ଅଧିକାରୀ ଜଣକ କହିଛନ୍ତି ଯେ, ରାଷ୍ଟ୍ରପତି ବାଇଡେନ ମୋଦିଙ୍କ ସହ ସମସ୍ତ ପ୍ରକାର ପ୍ରସଙ୍ଗ ଉଠାଇଛନ୍ତି ଏବଂ ତାଙ୍କୁ ସମ୍ମାନର ସହ ସ୍ବାଗତ କରିଛନ୍ତି।

Share