ଝିଅଙ୍କ ପ୍ରେମିକଙ୍କୁ ଘରେ ରଖିଥିଲେ ଓବାମା: ଅଧିକ ଖାଉଥିବା ଦେଖି..

ଓ୍ବାଶିଂଟନ,୧୯।୧୨: ମହାମାରୀ କରୋନା ସମୟରେ କ୍ୱାରାଣ୍ଟାଇନ୍‌ରେ ଥିଲେ ଆମେରିକାର ପୂର୍ବ ରାଷ୍ଟ୍ରପତି ବାରାକ ଓବାମା ଓ ତାଙ୍କ ପରିବାର। ଏହି ସମୟରେ ବଡ଼ଝିଅ ମାଲିଆଙ୍କ ପ୍ରେମିକ ମଧ୍ୟ ତାଙ୍କ ଘରେ ରହିଥିଲେ। ତେବେ ସେ ଅତ୍ୟଧିକ ଖାଇବା କାରଣରୁ ତାଙ୍କ ଖାଦ୍ୟ ସାମଗ୍ରୀ ବିଲ୍‌ ୩୦ ପ୍ରତିଶତ ବୃଦ୍ଧି ପାଇଥିବା ଓବାମା ବିଲ ସିମନ୍ସ ପୋଡକାଷ୍ଟ ଶୋ’ରେ କହିଛନ୍ତି।

କରୋନାର ପ୍ରାରମ୍ଭିକ ଦିନରେ ମାଲିଆଙ୍କ ପ୍ରେମିକ ରୋରି ଫର୍କୁହର୍ସନ ଓବାମାଙ୍କ ପରିବାର ସହ କ୍ୱାରାଣ୍ଟାଇନରେ ଥିଲେ। ଭିସାକୁ ନେଇ ଅସୁବିଧା ହେବା କାରଣରୁ ସେମାନେ ତାଙ୍କୁ ସାଙ୍ଗରେ ରଖିଥିଲେ। ଝିଅର ପ୍ରେମିକ ଯୋଗୁ ପସନ୍ଦ କରିବାକୁ ଚାହୁଁ ନ ଥିଲେ ସେ। ହେଲେ ସେ ଜଣେ ଭଲ ପିଲା ବୋଲି ଜଣାପଡ଼ିଥିଲା। ଝିଅ ମାଲିଆ, ସାଶା ଏବଂ ଭାବିଜ୍ୱାଇଁ ରୋରିଙ୍କ ସହ ବହୁତ ଭଲ ସମୟ ସେ ବିତାଇଥିଲେ। ରୋରିଙ୍କ ଡାଏଟ ତାଙ୍କ ଝିଅଙ୍କଠାରୁ ଭିନ୍ନ ଥିଲା। ସେ ଜଣେ ଯୁବକ ହୋଇଥିବାରୁ ଅଧିକ ଖାଉଥିଲେ। ଏହା ଦେଖିବାକୁ ଅଜବ ଲାଗିଥିଲା। ତାଙ୍କ ପାଇଁ ଗ୍ରୋସରୀ ବିଲ୍‌ ୩୦% ଅଧିକ ଆସିଥିଲା ବୋଲି ଓବାମା କହିଛନ୍ତି।

Share