Posted inଜାତୀୟ

ଲଦାଖ ଭବନରେ ଓ୍ବାଙ୍ଗ୍‌ଚୁକ୍‌ଙ୍କ ଅନଶନ

ନୂଆଦିଲ୍ଲୀ,୭ା୧୦: ଲଦାଖକୁ ସମ୍ବିଧାନର ଷଷ୍ଠ ପରିଚ୍ଛେଦ ମାନ୍ୟତା ପ୍ରଦାନ ଦାବିରେ ଜଳବାୟୁ କର୍ମୀ ସୋନମ୍‌ ଓ୍ବାଙ୍ଗଚୁକ୍‌ ଦିଲ୍ଲୀର ଯନ୍ତରମନ୍ତରରେ ଆମରଣ ଅନଶନରେ ବସିବା ପାଇଁ ଅନୁମତି ଲୋଡ଼ିଥିଲେ। ତେବେ ଏଥିପାଇଁ ଅନୁମତି ନ ମିଳିବାରୁ ସେ ରବିବାର ଲଦାଖ ଭବନରେ ଅନଶନରେ ବସିଛନ୍ତି। ଦିଲ୍ଲୀରେ ଅନ୍ୟ କୌଣସି ସ୍ଥାନ ସେମାନଙ୍କୁ ନ ମିଳିବାରୁ ଲଦାଖ ଭବନରେ ଆନ୍ଦୋଳନ କରିବାକ ବାଧ୍ୟ ହେଲୁ ବୋଲି ଓ୍ବାଙ୍ଗ୍‌ଚୁକ୍‌ ଅନଶନରେ ବସିବା ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି। ଓ୍ବାଙ୍ଗ୍‌ଚୁକ୍‌ଙ୍କ ସମେତ ୧୮ ଜଣ ଲଦାଖ ଭବନ ଫାଟକ ନିକଟରେ ଅନଶନରେ ବସିବା ସହ ଭାରତ ମାତା କୀ ଜୟ, ଜୟ ଲଦାଖ, ଲଦାଖ ବଞ୍ଚାଅ, ହିମାଳୟ ବଞ୍ଚାଅ ଆଦି ସ୍ଲୋଗାନ ଦେଇଛନ୍ତି।
ଅନ୍ୟପକ୍ଷରେ ଦିଲ୍ଲୀ ପୋଲିସ କହିଛି, ଅଳ୍ପ ସମୟ ପୂର୍ବରୁ ସେମାନେ ଅନଶନ ପାଇଁ ଅନୁମତି ମାଗିଥିଲେ ତେବେ ଅନଶନର ନିର୍ଦ୍ଦିଷ୍ଟ ସମୟ ଓ କେତେ ଲୋକଙ୍କ ସମାଗମ ହେବ ତାହା ଉଲ୍ଲେଖ କରି ନ ଥିଲେ। ଗାଇଡ୍‌ଲାଇନ ଅନୁଯାୟୀ, ଯନ୍ତରମନ୍ତରରେ କୌଣସି ଆନ୍ଦୋଳନ କରିବାକୁ ହେଲେ ଅନୂ୍ୟନ ୧୦ ଦିନ ପୂର୍ବରୁ ଆବେଦନ କରିବାକୁ ହେବ। ଏଥିସହିତ ଆନ୍ଦୋଳନ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ମୋଦିଙ୍କ ଆଗରେ ମୁଣ୍ଡ ନୁଆଁଇଲେ ମାଳଦ୍ୱୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ,୭।୧୦: ଆଜିକାଲି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ଗସ୍ତରେ ଅଛନ୍ତି। ସୋମବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ...

ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣା: ଚାର୍ଜସିଟ୍‌ ଦାଖଲ ଗଲା ସିବିଆଇ

କୋଲକାତା,୭।୧୦: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାସ୍ଥିତ ଆର.ଜି କର ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସଞ୍ଜୟ ରାୟଙ୍କୁ ମୁଖ୍ୟ ଅଭିଯୁକ୍ତ...

‘ଡେଲିଭରୀ ବଏ’ ସାଜିଲେ ଜୋମାଟୋ ସିଇଓ: ଅର୍ଡର ଡେଲିଭରୀ ପରେ ବଖାଣିଲେ ଦୁଃଖ

ନୂଆଦିଲ୍ଲୀ,୭।୧୦: ଜୋମାଟୋ ସିଇଓ ଦୀପିନ୍ଦର ଗୋୟାଲ ନିକଟରେ ତାଙ୍କ ସ୍ତ୍ରୀ ଗ୍ରେସିଆ ମୁନୋଜଙ୍କ ସହ ଗୋଟିଏ ଦିନ ଫୁଡ୍‌ ଡେଲିଭରୀ ଏଜେଣ୍ଟ ଭାବରେ କାର୍ଯ୍ୟ କରିଥିଲେ।...

ଦଳିତ ପରିବାରରେ ସମୟ ବିତାଇଲେ ରାହୁଲ ଗାନ୍ଧୀ: ଶିଖିଲେ ରୋଷେଇ

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ଏମ୍‌ପି ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ସୋମବାର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଅଜୟ ତୁକାରାମ ସନାଡେ ଏବଂ...

ମୁଇଜୁଙ୍କୁ ଭେଟିବା ପରେ ବଡ଼ କଥା କହିଦେଲେ ମୋଦି

ନୂଆଦିଲ୍ଲୀ,୭ା୧୦: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ଗସ୍ତରେ ଅଛନ୍ତି। ସୋମବାର ମୁଇଜୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। ହାଇଦ୍ରାବାଦ ହାଉସରେ ଏହି ସାକ୍ଷାତ ଅନୁଷ୍ଠିତ ହୋଇଥିଲା।...

ମୋଦିଙ୍କୁ ୭୫ ବର୍ଷ ହେବାକୁ ଅପେକ୍ଷା କରିଛନ୍ତି ଜନତା, ବର୍ଷିଲେ ସିସୋଡିଆ

ନୂଆଦିଲ୍ଲୀ,୭।୧୦: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏକ ସାମ୍ବାଦିକ ସମ୍ମିଳନୀରେ ଭାଜପା ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ଭାରତବାସୀ...

ସରକାର ଗଠନକୁ ନେଇ ବଡ଼ ଘୋଷଣା କଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର,୭।୧୦: ଜମ୍ମୁ କଶ୍ମୀର ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ଏକ ବଡ଼ ବୟାନଦେଇଛନ୍ତି। ସେ କହିଛନ୍ତି, ଆମେ କୌଣସି ସମୟରେ ଭାଜପା ସହିତ ଯିବୁ...

କ୍ରିକେଟ ଖେଳିଲେ ଯୋଗୀ, ହାତରେ ବ୍ୟାଟ୍‌ ଧରି ମାରିଲେ ଚୌକା-ଛକା

ଲକ୍ଷ୍ନୌ,୭ା୧୦: ପଡ଼ିଆକୁ ଓହ୍ଲାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ହାତରେ ବ୍ୟାଟ୍‌ ଧରି ଚଉକା, ଛକା ବର୍ଷଣ କରିଛନ୍ତି। ଲକ୍ଷ୍ନୌରେ ଆୟୋଜିତ ଅଲ୍‌ ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri