ବିନା ଅନୁମତିରେ ଗଛ କାଟିଛି ଓ୍ବାଟ୍‌କୋ

ଭୁବନେଶ୍ୱର, ୫ା୭ (ବନ୍ଦନା ସେଠୀ): ଶିଖରଚଣ୍ଡୀ ପାହାଡ଼ରେ ଗଛକାଟି ପ୍ରକଳ୍ପ ନିର୍ମାଣ ମାମଲାରେ ମଙ୍ଗଳବାର ଯାଞ୍ଚ କମିଟି ପକ୍ଷରୁ ଏନ୍‌ଜିଟିରେ ରିପୋର୍ଟ ଦାଖଲ କରାଯାଇଛି। ପାହାଡ଼ ଉପରେ ହୋଇଥିବା ଗଛକଟା ପାଇଁ ଡିଏଫ୍‌ଓଙ୍କଠାରୁ କୌଣସି ଅନୁମତି ନିଆଯାଇ ନ ଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ଏଥିସହ ସମ୍ପୃକ୍ତ ପାଣିଟାଙ୍କି ନିର୍ମାଣ ପାଇଁ ୩ ଏକର ଜମି ଆବଶ୍ୟକ ଥିବାବେଳେ ଇଡ୍‌କୋ ପକ୍ଷରୁ ଓ୍ବାଟ୍‌କୋକୁ ୪ ଏକର ଜମି ପ୍ରଦାନ କରାଯାଇଛି। ପ୍ରକଳ୍ପ ପାଇଁ ୩ ଏକର ଓ ଆଉ ଗୋଟିଏ ଏକରକୁ ବନୀକରଣ ପାଇଁ ଦିଆଯାଇଛି। କିନ୍ତୁ ଓ୍ବାଟ୍‌କୋ ଏହି ୪ ଏକର ବାଦ୍‌ ଆଉ ସାଢେ ୩ ଏକର ଅର୍ଥାତ୍‌ ମୋଟ୍‌ ସାଢେ ୭ଏକର ଜମିରେ ଥିବା ଜଙ୍ଗଲକୁ କାଟି ପଦା କରିଦେଇଛି। ତେବେ ୩ ଏକର ଜମିରେ ପାଣି ଟାଙ୍କି ନିର୍ମାଣ ପ୍ରକଳ୍ପକୁ ଅନୁମତି ଦିଆଯିବା ସହ ବାକି ୧ ଏକର ଜମିରେ ପୁନଃ ବନୀକରଣ କରିବା ପାଇଁ କମିଟି ପକ୍ଷରୁ ରିପୋର୍ଟରେ ସୁପାରିସ କରାଯାଇଥିବା ଜଣାପଡିଛି। ବୁଧବାର ଏନ୍‌ଜିଟି ପକ୍ଷରୁ ଶୁଣାଣି ହେବାକୁ ଥିବାବେଳେ ପ୍ରଥମେ ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ଓ ଏବେ ତଦନ୍ତକାରୀ କମିଟି ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଛି। ଆଗକୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିବ କି ନାହିଁ ଏବଂ ବିନା ଅନୁମତିରେ ଗଛ କଟା ହୋଇଥିବାରୁ ଦୋଷୀଙ୍କ ବିରୋଧରେ ଦଣ୍ଡବିଧାନ ହେବ କି ନାହିଁ ତାହା ଶୁଣାଣି ସମୟରେ ଜଣାପଡ଼ିବ।
ତେବେ ଘଟଣା ସମ୍ପର୍କରେ ଚନ୍ଦକା ଏସିଏଫ୍‌ ଶରତ ମିଶ୍ର କହିଛନ୍ତି, ପାଣିଟାଙ୍କି ନିର୍ମାଣ ପାଇଁ ଶିଖରଚଣ୍ଡୀ ପାହାଡ଼ରୁ ଡିଏଫ୍‌ଓଙ୍କ ବିନା ଅନୁମତିରେ ଗଛକଟା ହୋଇଛି। ଅନୁମତି ନେଇ ନ ଥିବାରୁ କେତେ ପରିମାଣର କେଉଁ କେଉଁ ଗଛ ସେଠାରୁ କଟାଯାଇଛି ତାହାର ସୂଚନା ଏବେସୁଦ୍ଧା ଆମ ପାଖରେ ନାହିଁ। ଏନ୍‌ଜିଟି ନିର୍ଦ୍ଦେଶ ଦେବା ପରେ ଯାହାକିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସିଏଫ୍‌ ମିଶ୍ର କହିଛନ୍ତି। ସେହିପରି ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତିର ସଚିନ ମହାପାତ୍ର କହିଛନ୍ତି, ଶିଖରଚଣ୍ଡୀ ପାହାଡ଼ ପାଇକମାନଙ୍କର ସ୍ମୃତିପୀଠ। ମାତ୍ର ଉନ୍ନତି ନାମରେ ଏହାକୁ ନଷ୍ଟ କରାଯାଉଛି। ଶିଖରଚଣ୍ଡୀ ମା’ଙ୍କ ନାମରେ
ଥିବା ୨୧୨ଏକର ଏବେ ଇଡ୍‌କୋ ନାମରେ ରହିଛି। ପ୍ରଥମେ ମା’ଙ୍କଠାରୁ ଜମି ଛଡ଼ାଇ ନିଆଯିବା ପରେ ଚକ୍ରାନ୍ତ କରି ଏହାକୁ ନଷ୍ଟ କରାଯାଉଛି। ତେଣୁ ୩ ଏକର ଜାଗା ବଦଳରେ ଇଡ୍‌କୋ ମନଇଚ୍ଛା ଓ୍ବାଟ୍‌କୋକୁ ୪ଏକର ଜମି ପ୍ରଦାନ କରିିଛି। କିନ୍ତୁ ଏଠାରେ ସାଢେ ୭ଏକର ଜଙ୍ଗଲ ଜମି ନଷ୍ଟ ହୋଇଥିବା ଏନ୍‌ଜିଟି କମିଟିଙ୍କ ରିପୋର୍ଟରେ ଉଲ୍ଲେଖ ରହିଥିବାବେଳେ ବାସ୍ତବରେ ଏହା ଆହୁରି ଅଧିକ ବୋଲି ସଚିନ ଅଭିଯୋଗ କରିଛନ୍ତି। ସେହିପରି ପାହାଡ଼ରୁ ପ୍ରାୟ ୨ଶହ ପ୍ରକାରର ଔଷଧୀୟ ବୃକ୍ଷ ନଷ୍ଟ କରାଯାଇଥିବା ସମିତି ପକ୍ଷରୁ ଅଭିଯୋଗ କରାଯାଇଛି।
ସୂଚନାଯୋଗ୍ୟ, ଜଙ୍ଗଲ (ସଂରକ୍ଷଣ) ଆଇନ ୧୯୮୦କୁ ଉଲ୍ଲଂଘନ କରି ଶିଖରଚଣ୍ଡୀ ପାହାଡ଼ରେ ନିର୍ମାଣାଧୀନ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରାଯାଉଥିବା ଅଭିଯୋଗ କରି ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହୋଇଥିଲା। ଘଟଣାର ଗୁରୁତ୍ୱକୁ ଅନୁଭବ କରି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେଠାରେ ପ୍ରକଳ୍ପ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ତଦନ୍ତ କରି ରିପୋର୍ଟ ଦେବାକୁ ୪ଜଣିଆ କମିଟି ଗଠନ ହୋଇଥିଲା। ଉକ୍ତ କମିଟିରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ମନ୍ତ୍ରଣାଳୟ ଆଞ୍ଚଳିକ କାର୍ଯ୍ୟାଳୟର ଡିଡିଜିଏଫ୍‌ (ସି) ଏ.ଟି ମିଶ୍ର, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ଆଞ୍ଚଳିକ ନିର୍ଦ୍ଦେଶକ ସନ୍ଦୀପ ରାୟ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି)ର ଆଞ୍ଚଳିକ ଅଧିକାରୀ ଡ. ସୋହନ ଗିରି ଓ ଖୋର୍ଦ୍ଧା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ରହିଥିଲେ। ଜୁନ୍‌ ୨୪ରେ ଉକ୍ତ କମିଟି ଘଟଣାସ୍ଥଳ ଅନୁଧ୍ୟାନ କରି ବାସ୍ତବ ସ୍ଥିତି ଦେଖିବା ସହ ସମସ୍ତଙ୍କ ସହ ଆଲୋଚନା କରିବା ପରେ ରିପୋର୍ଟ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଇଁଚଙ୍କ ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ

ଗଞ୍ଜାମ,୨୩ା୩(ବିଦ୍ୟାଧର ସାହୁ): ଋଷିକୁଲ୍ୟା ମୁହାଁଣରେ ଏକ ମାସ ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩୮ ହଜାର ୭୭୯...

ଅଙ୍ଗନବାଡ଼ି ଛତୁଆ ଖାଇ ଦୁଇ ଭଉଣୀ ମୃତ; ବାପା, ବଡ଼ ଝିଅ ଗୁରୁତର

ଗଜପତି, ୨୩ା୩(ଗିରିଧାରୀ ପରିଛା): ବିଷାକ୍ତ ଛତୁଆ ଖାଇ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ରାମଗିରିରେ। ଦୁଇ ଭଉଣୀ...

ଏଲ୍‌ଟିଆର୍‌ ପରୀକ୍ଷାରେ ଅନିୟମିତତା ଅଭିଯୋଗ

ବ୍ରହ୍ମପୁର,୨୩ା୩(ସୁବାସ ଚନ୍ଦ୍ର ପାଢ଼ୀ): ଓଡ଼ିଶା ଷ୍ଟାଫ ସିଲେକସନ୍‌ କମିଶନ(OSSC) ପକ୍ଷରୁ ଶିକ୍ଷକ ପରୀକ୍ଷାରେ ଅନିୟମିତତା ଅଭିଯୋଗ ହୋଇଛି। ସିଲ୍‌ ନ ଥିବା ପ୍ରଶ୍ନପତ୍ରକୁ ନେଇ କେନ୍ଦ୍ରରେ...

OAS ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୩।୩: ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ତିନିଜଣ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ,...

ଜଙ୍ଗଲରୁ ମଣିଷ କଙ୍କାଳ ଠାବ ମାମଲା: ମୃତକ ନାବାଳିକା ବୋଲି ଚିହ୍ନଟ

ସୋରଡ଼ା,୨୩ା୩(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହେବା ଘଟଣାର ଛାନଭିନ ଜାରି ରଖିଛି ପୋଲିସ।...

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମିଳିବ କେନ୍ଦ୍ର ସରକାରଙ୍କ ସମର୍ଥନ

ଭୁବନେଶ୍ୱର,୨୩।୩: କେନ୍ଦ୍ର ଗୃହ ନିର୍ମାଣ ଏବଂ ନଗର ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ରବିବାର ଓଡ଼ିଶାରେ ପ୍ରମୁଖ ସହରାଞ୍ଚଳ ବିକାଶ ପଦକ୍ଷେପ ଏବଂ ଭିତ୍ତିଭୂମି...

ଚା’ ଦୋକାନରେ ମାଡ଼ିଗଲା ହାଇଓ୍ବା: ଚାଲିଗଲା ୩ ଜୀବନ

ସୁନ୍ଦରଗଡ଼,୨୩।୩(ଜୟ ନାରାୟଣ ମେଣ୍ଡୁଳି) ସୁନ୍ଦରଗଡ଼ ଜିଲା କେ. ବଲାଙ୍ଗ ଥାନା ଅଧୀନ ଜାମୁଡିହି ଟୋଲଗେଟ୍‌ ନିକଟକରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ...

ଘୁମୁସର ବନଖଣ୍ଡକୁ ଜଗିବ ଏଆଇ କ୍ୟାମେରା: କାଠମାଫିଆ, ଶିକାରୀ ହେବେ ସାବାଡ଼

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ବନ୍ୟପ୍ରାଣୀ ଶିକାର ଏବଂ କାଠଚୋରି ରୋକିବା ପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବୈଷୟିକ ଜ୍ଞାନ କୌଶଳର ସହାୟତା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image