ସ୍ବାଧୀନ ଭାବେ ଲଢ଼ିବେ ଓବିସି ସେଲ୍‌ ଅଧ୍ୟକ୍ଷ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ସାଧାରଣ ନିର୍ବାଚନ ପୂର୍ବରୁ ବରଗଡ଼ ଜିଲା କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ପ୍ରାର୍ଥୀ ଚୟନରେ ତାଙ୍କୁ ଅଣଦେଖା କରାଯାଇଛି ବୋଲି କଂଗ୍ରେସର ଓବିସି ସେଲ୍‌ ଜିଲା ଅଧ୍ୟକ୍ଷ ପାଣ୍ଡବ କର୍ଣ୍ଣ ଅଭିଯୋଗ କରିଛନ୍ତି। ଦଳ ଯଦି ଏହାର ପୁନର୍ବିଚାର ନ କରେ, ସେ ଆଗାମୀ ନିର୍ବାଚନରେ ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ରବିବାର ବରଗଡ଼ରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କର୍ଣ୍ଣ କହିଛନ୍ତି ।
କର୍ଣ୍ଣ ଆହୁରି କହିଛନ୍ତି, ସେ ୧୯୮୨ରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନୀତି, ଆଦର୍ଶରେ ଅନୁପ୍ରାଣୀତ ହୋଇ ଛାତ୍ରାବସ୍ଥାରୁ କଂଗ୍ରେସରେ ସାମିଲ ହୋଇଥିଲେ। ଲରମ୍ଭା କଲେଜ ଛାତ୍ର ସଂସଦ ସଭାପତିଠାରୁ ଆରମ୍ଭ କରି ଜିଲା ପରିଷଦ ସଭ୍ୟ ନିର୍ବାଚିତ ହେବା ସହିତ ଏପର୍ଯ୍ୟନ୍ତ ଦଳର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରିଆସୁଛନ୍ତି। ସେ ଏବେ କଟାପାଲି ପ୍ରାଥମିକ କୃଷି ସମବାୟ ସମିତି ନିର୍ଦ୍ଦେଶକ ରହିଛନ୍ତି। ଛାତ୍ର କଂଗ୍ରେସ, ଯୁବ କଂଗ୍ରେସର ବିଭିନ୍ନ ପଦବୀ ସମେତ ଦଳ ଯେତେବେଳେ ତାଙ୍କୁ ଯେଉଁ କାମ ଦେଇଛି, ତାକୁ ସେ ନିଷ୍ଠାର ସହ ସମ୍ପାଦନ କରିଆସିଛନ୍ତି।
ପଛୁଆବର୍ଗର ଜଣେ ଗରିବ ଚାଷୀ ପରିବାରରୁ କଂଗ୍ରେସ ପ୍ରତି ସେ ନିଜ ଜୀବନ ସମର୍ପିତ କରିଥିବା ସତ୍ତ୍ବେ ଦଳ ତାଙ୍କୁ ଅଣଦେଖା କରିଥିବା କର୍ଣ୍ଣ ଅଭିଯୋଗ କରିଛନ୍ତି। ୧୯୯୫ରୁ ସେ ଦଳୀୟ ଟିକେଟ୍‌ ପାଇଁ ଦାବି କରିଆସୁଛନ୍ତି। ମାତ୍ର ଦଳ ତାଙ୍କୁ ବାରମ୍ବାର ଅଣଦେଖା କରିଆସୁଛି ଏବଂ ନିର୍ବାଚନ ସମୟରେ ପ୍ରାର୍ଥୀ ଚୟନରେ ପ୍ରିୟାପ୍ରୀତି ପୋଷଣ ନୀତି ଚାଲିଥିବା କର୍ଣ୍ଣ ଅଭିଯୋଗ କରିଛନ୍ତି। ଏଭଳି ସ୍ଥଳେ ଦଳ ଯଦି ପୁନର୍ବିଚାର ନ କରେ, ସେ ଆଗାମୀ ନିର୍ବାଚନରେ ବରଗଡ଼ ବିଧାନସଭାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ଏବଂ ଦଳମତ ନିର୍ବିଶେଷରେ ଲୋକେ ତାଙ୍କୁ ଅଧିକ ସମର୍ଥନ ଜଣାଇବେ ବୋଲି କର୍ଣ୍ଣ ଆଶାବ୍ୟକ୍ତ କରିଛନ୍ତି। ଖବରଦାତା ସମ୍ମିଳନୀରେ ସମ୍ବିଧାନ ସୁରକ୍ଷା ମଞ୍ଚର ପବିତ୍ର ଦେହେରୀ, କଂଗ୍ରେସ ସେବାଦଳର ପୂର୍ବତନ ଜିଲା ସଭାପତି ଗଣେଶ ରାଉତ, ଜିଲା କଂଗ୍ରେସ ଓବିସି ସେଲ୍‌ ଉପସଭାପତି ପ୍ରମୋଦ ମହାକୁର, କୋଶଲ ଏକାଡ଼େମୀର ନିର୍ଦ୍ଦେଶକ ମାମୀ ମିଶ୍ର, ଅତାବରା ବ୍ଲକ କଂଗ୍ରେସ କମିଟି ସଭାପତି କୁନୁ ମହାପାତ୍ର, ଓଡ଼ିଶା କଲ୍ୟାଣୀ ସ୍ବେଚ୍ଛାସେବୀ ସଙ୍ଗଠନର ନିତେଶ୍ୱରୀ ପ୍ରଧାନ, କରୁଣାକର ସାହୁ, ସାମାଜିକ କର୍ମୀ ବାସମତୀ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri