Categories: ଜାତୀୟ

ମେଡିକାଲ କଲେଜରେ ସ୍ଥାନ ସଂରକ୍ଷରକୁ ନେଇ ମାୟାବତୀ କହିଲେ ଏହା ସରକାରଙ୍କ ନିର୍ବାଚନୀ ନିଷ୍ପତ୍ତି

ଲକ୍ଷ୍ନୌ,୩୦ ।୭: ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ଅଧ୍ୟକ୍ଷା ମାୟାବତୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମେଡିକାଲ କଲେଜରେ ଅଦର ବ୍ୟାକୱାର୍ଡ କ୍ଲାସେସ(ଓବିସି)ଙ୍କ ପାଇଁ ୨୭ ପ୍ରତିଶତ ଓ ଇକୋନମିକାଲି ୱିକର ସେକ୍ସନ(ଇଡବ୍ଲୁଏସ୍‌)ଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯିବାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ମାୟାବତୀ । ସେ କହିଛନ୍ତି ଏହା ନିର୍ବାଚନୀ ରାଜନୈତିକ ସ୍ୱାର୍ଥ ପାଇଁ କରାଯାଇଥିବା ବାରି ହୋଇ ପଡୁଛି । ଟୁଇଟ୍ କରି ମାୟାବତୀ କହିଛନ୍ତି ଏହି ସଂରକ୍ଷଣ ବ୍ୟବସ୍ଥା କଥା ବହୁ ବିଳମ୍ବରେ ନିଷ୍ପତ୍ତି ନିଆଯାଇଛି । ଯଦି ଏହି ନିଷ୍ପତ୍ତି ଆଗରୁ ନିଆଯାଇଥାଆନ୍ତା, େବେ ଅନେକ ପିଲା ଉପକୃତ ହୋଇ ଥାଆନ୍ତେ । କିନ୍ତୁ ଏହା ଆଗକୁ ଥିବା ବିଧାନସଭା ନିର୍ବାଚନକୁ ଆଖିଆଗରେ ଖି କରାଯାଇଥିବା ସେ କହିଛନ୍ତି । ସୂଚନାଯୋଗ୍ୟ, ସ୍ଥାନ ସଂରକ୍ଷଣ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ମେଡିକାଲ/ଡେଣ୍ଟାଲ କୋର୍ସ( ଗଈଈଝ, ଗଊ, ଗଝ, ଊସକ୍ଟ୍ରକ୍ଷକ୍ଟଜ୍ଞବ, ଈଊଝ ବଦ୍ଭୟ ଗଊଝ) ପାଠ୍ୟକ୍ରମରେ ମିଳିବ । ଏହା ୨୦୨୧-୨୨ ଶିକ୍ଷାବର୍ଷରୁ ଲାଗୁ କରାଯିବ । ଏହାଦ୍ୱାରା ପ୍ରତିବର୍ଷ ଏମ୍‌ବିବିଏସ୍‌ରେ ୧,୫୦୦ ପୋଷ୍ଟ ଗ୍ରାଜୁଏଶନରେ ୨,୫୦୦ଜଣ ଓବିସି ଛାତ୍ରୀଛାତ୍ର ଉପକୃତ ହେବେ । ସେହିପରି ଇଡବ୍ଲୁଏସ୍‌ର ୫୫୦ ଏମ୍‌ବିବିଏସ୍‌ରେ ଓ ୧୦୦୦ ଛାତ୍ରୀଛାତ୍ର ପୋଷ୍ଟ ଗ୍ରାଜୁଏଶନରେ ଉପକୃତ ହେବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

 

Share