Categories: ଜାତୀୟ

ଲୋକଙ୍କୁ ଭ୍ରମରେ ପକାଉଛନ୍ତି କେନ୍ଦ୍ର ସରକାର; ଶରଦ ପାୱାର

ନୂଆଦିଲ୍ଲୀ,୧୬ ।୮: ନ୍ୟାଶନାଲ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାୱାର କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି । ଓବିସି ସଂରକ୍ଷଣକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସୋମବାର ପାୱାର କହିଛନ୍ତି ଦୁଇଦିନ ପର୍ବରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଓବିସି ସଂକ୍ଷଣକୁ ନେଇ ଏକ ସୂଚି ପ୍ରସ୍ତୁତ କରିବାକୁ କହିଲେ । ଲୋକମାନେ ଭାବିଲେ ରାଜ୍ୟ ସରକାରଙ୍କ ଦ୍ୱାରା ସଂରକ୍ଷଣ ଦିଆଯିବ । ହେଲେ କେନ୍ଦ୍ର ସରକାର ଏମିତି କହି ଲୋକଙ୍କୁ ଭ୍ରମରେ ପକାଉଛନ୍ତି ବୋଲି ପାୱାର କହିଛନ୍ତି । ଓବିସି ସଂରକ୍ଷଣକୁ ନେଇ ନିକଟରେ ପାର୍ଲାମେଣ୍ଟରେ ପାସ୍ ହୋଇଥିବା ସମ୍ବିଧାନ ସଂଶୋଧନ ବିଧେୟକ ଅନୁଯାୟୀ ପାୱାର ଏହା କହିଛନ୍ତି । ସେ କହିଛନ୍ତି କୋର୍ଟ ପୂର୍ବରୁ ରାୟ ଦେଇ ସାରିଛନ୍ତି କି ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ଦେଇ ହେବ ନାହିଁ । ଏବେ କେନ୍ଦ୍ର ସରକାର କହିଛନ୍ତି କି ରାଜ୍ୟ ସବିସି ସଂରକ୍ଷରକୁ ନେଇ ସୂଚି ପ୍ରସ୍ତୁତ କରିବା ସହ ନିଜେ ନିର୍ଣ୍ଣୟ ନେଇପାରିବେ । ପାୱାରଙ୍କ ଅନୁଯାୟୀ, ଏହାର କୌଣସି ଲାଭ ହେବ ନାହିଁ । କାରଣ ପ୍ରାୟ ସବୁ ରାଜ୍ୟ ୫୦ ପ୍ରତିଶତ ସୀମା ପାରକରି ସାରିଛନ୍ତି । ଏକଥା ଜନତାଙ୍କ ସାମ୍ନାକୁ ଆଣିବା ଜରୁରୀ ।

Share