ଓବିସି, ଏସ୍‌ଇବିସି ବର୍ଗଙ୍କ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ରହୁ

ଭୁବନେଶ୍ୱର,୧ା୧(ବ୍ୟୁରୋ): ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରୀଛାତ୍ରଙ୍କ ଲାଗି ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷା ନିମନ୍ତେ ସ୍ଥାନ ସଂରକ୍ଷଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ା ଏହି ପରିପ୍ରେକ୍ଷୀରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କୁ ଚାକିରି କ୍ଷେତ୍ରରେ ଓ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆବର୍ଗ (ଏସ୍‌ଇବିସି)ଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଧର୍ମେନ୍ଦ୍ର ତାଙ୍କ ଚିଠିରେ ପୂର୍ବରୁ ୨ଥର ଅର୍ଥାତ୍‌ ୨୦୧୯ ଜାନୁୟାରୀ ୧୫ ଏବଂ ଜୁଲାଇ ୨୫ରେ ଲେଖିଥିବା ପତ୍ରକୁ ସଂଲଗ୍ନକରି ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାର ଗତ ଫେବୃୟାରୀ ୧୨ରେ ବ୍ୟାକ୍‌ଓ୍ବାର୍ଡ କ୍ଲାସ୍‌ କମିଶନ ଗଠନ କରିଛନ୍ତି। ମାତ୍ର ଏହି ଆୟୋଗର ରିପୋର୍ଟ ଏପର୍ଯ୍ୟନ୍ତ ଦାଖଲ ହୋଇ ନ ଥିବାବେଳେ ଓବିସି ବର୍ଗ ପାଇଁ ସଂରକ୍ଷଣର ଅନୁରୋଧ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ରାଜ୍ୟର ଓବିସି ଏବଂ ଏସ୍‌ଇବିସି ଜନସଂଖ୍ୟା ଦୃଷ୍ଟିରୁ ନିଶ୍ଚିତ ପଦକ୍ଷେପ ନିଆଯିବା ଉଚିତ୍‌ ବୋଲି ସେ ଅନୁରୋଧ କରିଛନ୍ତି।

Share