Categories: ବାଣିଜ୍ୟ

ଓ୍ବାଇଜ୍‌ମ୍ୟାନ୍‌ର ଛାତ୍ର ଭାବବିନିମୟ କାର୍ଯ୍ୟକ୍ରମ

ଭୁବନେଶ୍ୱର,୩୧।୭: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓ୍ବାଇଜ୍‌ମ୍ୟାନ୍‌ ଗ୍ଲୋବାଲ ଏଲ୍‌ଏଲ୍‌ପି ପକ୍ଷରୁ ମଙ୍ଗଳବାର ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ବିଦେଶରେ ମେଡିକାଲ ଶିକ୍ଷା ଗ୍ରହଣ ପାଇଁ ଆଶୟୀ ଛାତ୍ରୀଛାତ୍ରମାନଙ୍କୁ ନେଇ ଛାତ୍ର ଭାବବିନିମୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଛାତ୍ର ଓ ସେମାନଙ୍କର ଅଭିଭାବକମାନେ ମଧ୍ୟ ଯୋଗଦେଇଥିଲେ। ବିଶେଷକରି ଯେଉଁମାନେ ଭାରତ କିମ୍ବା ଓଡ଼ିଶାରେ ମେଡିକାଲ ପାଇଁ କୌଣସି ସୁବିଧା ପାଉନାହାନ୍ତି ସେମାନଙ୍କୁ ପ୍ରତିଷ୍ଠାନ ବିଦେଶରେ ମେଡିକାଲ ଶିକ୍ଷା ପ୍ରଦାନ ପାଇଁ ଆବଶ୍ୟକ ସହଯୋଗ କରୁଛି। ଉଲ୍ଲେଖଯୋଗ୍ୟ, ଓ୍ବାଇଜ୍‌ମ୍ୟାନ୍‌ ଗ୍ଲୋବାଲ ଏଲ୍‌ଏଲ୍‌ପି ଓ ଇଣ୍ଟରନ୍ୟାଶନାଲ ସ୍କୁଲ ଅଫ୍‌ ମେଡିସିନ (ଆଇଏସ୍‌ଏମ୍‌)ର ମିଳିତ ସହଯୋଗରେ ଦିନିକିଆ ଷ୍ଟୁଡେଣ୍ଟ ଓରିଏଟେଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଉଭୟ ସଂସ୍ଥାର ବିଶେଷଜ୍ଞମାନେ ଯୋଗଦେଇ ବିଦେଶର ମେଡିକାଲ ଶିକ୍ଷାର ସୁବିଧା ଓ ଲାଭବାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏପରିକି କିଭଳି ଜଣେ ଭାରତୀୟ ଛାତ୍ରୀ ବିଦେଶରେ ସୁରକ୍ଷିତ ଓ ସୁଲଭ ମୂଲ୍ୟରେ ମେଡିକାଲ ଶିକ୍ଷା ଶେଷକରି ସ୍ବଦେଶ ଫେରିପାରିବ ସେସବୁ ଦାୟିତ୍ୱ ଓ୍ବାଇଜ୍‌ମ୍ୟାନ୍‌ ଗ୍ଲୋବାଲ ଏଲ୍‌ଏଲ୍‌ପିର ବୋଲି ସଂସ୍ଥାର ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ଲକ୍ଷ୍ମୀସାଗରସ୍ଥିତ କଟକ-ପୁରୀ ରୋଡ୍‌ରେ ଓ୍ବାଇଜ୍‌ମ୍ୟାନ୍‌ ଗ୍ଲୋବାଲ ଏଲ୍‌ଏଲ୍‌ପିର ଶାଖା କାର୍ଯ୍ୟାଳୟ ରହିଛି। ଏପରିକି ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠାନ ୧୪ ଶାଖା ଦେଶର ବିଭିନ୍ନ ରାଜ୍ୟରେ କାର୍ଯ୍ୟକ୍ଷମ ଅଛି।

Share