କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରେ ମେଦବହୁଳତା

ମେଦବହୁଳତା ଆଜିକାଲି ଏକ ସାଧାରଣ ସମସ୍ୟା ପାଲିଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ତେବେ ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କର କାର୍ଯ୍ୟଦକ୍ଷତା ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ସତର୍କ କରାଇ ଦେଇଛନ୍ତି ୟୁନିଭର୍ସିଟି ଅଫ ଲଣ୍ଡନର ବିଶେଷଜ୍ଞମାନେ। ଜଣେ ବ୍ୟକ୍ତି ମେଦବହୁଳତା ପରି ସମସ୍ୟାର ସମ୍ମୁଖୀନ ହେବା ପରେ ତାହାର ପ୍ରଭାବ କେତେକାଂଶରେ ତାଙ୍କର ଏକାଗ୍ରତା ଉପରେ ପଡିଥାଏ ଫଳରେ ଏହାଦ୍ୱାରା କାର୍ଯ୍ୟଦକ୍ଷତା ମଧ୍ୟ ପ୍ରଭାବିତ ହୋଇଥାଏ। ତେବେ ନିଜର ଓଜନକୁ ସନ୍ତୁଳିତ ରଖିବାକୁ ହେଲେ ନିଜର ଦୈନନ୍ଦିନ ଜୀବନଶୈଳୀ, ଖାଦ୍ୟପେୟ ପ୍ରତି ଯତ୍ନବାନ ହେବା ସହ ପ୍ରତିଦିନ ବ୍ୟାୟାମ କରନ୍ତୁ।