ମେଦବହୁଳତା କମାଏ କିସ୍‌ମିସ୍‌

କିସ୍‌ମିସ୍‌ରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଅଧିକାଂଶ ଲୋକ ଅତ୍ୟଧିକ ଖାଦ୍ୟ ଖାଇଦେଇଥିବାରୁ ତାହା ଠିକ୍‌ ଭାବେ ହଜମ ହୁଏନା। ପରବର୍ତ୍ତୀ ସମୟରେ ଏହା କୋଷ୍ଠକାଠିନ୍ୟ ବା କନଷ୍ଟିପେଷ୍ଟନ୍‌ର ରୂପ ମଧ୍ୟ ନିଏ। ତେଣୁ ପ୍ରତିଦିନ କିସ୍‌ମିସ୍‌ ଖାଇବା ଦ୍ୱାରା ଏଥିରୁ କିଛି ମାତ୍ରାରେ ଉପଶମ ମିଳିଥାଏ। କିସ୍‌ମିସ୍‌ ହେଉଛି କମ୍‌ କ୍ୟାଲୋରୀ ଯୁକ୍ତ। ତେଣୁ ଏହାକୁ ଖାଇଲେ ମେଦବହୁଳତା ସମସ୍ୟା ସହ ଓଜନ କମାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏଥିରେ ମଧ୍ୟ ଅଧିକ ପରିମାଣର ଫାଇବର୍‌ ରହିଛି। ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ, ଏହାକୁ ଖାଇଲେ ରକ୍ତରେ ଶର୍କରା ବା ସୁଗାର ପରିମାଣ କେତେକାଂଶରେ ସନ୍ତୁଳିତ ରହିଥାଏ। ଏହାର ଆଣ୍ଟି-ଅକ୍ସିଡ଼ାଣ୍ଟ୍‌ ଗୁଣ ମଧ୍ୟ ରହିଛି। କିସ୍‌ମିସ୍‌କୁ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରିଥାଏ। ଏଥିରେ ପଲିଫେନୋଲ୍‌ ନାମକ ଏକ ପିଗ୍‌ମେଣ୍ଟ୍‌ ରହିଛି, ଯାହା ଆଖି ତଳ ଭାଗରେ କଳା ଦାଗ ହେବାରୁ ରକ୍ଷା କରେ। କିସ୍‌ମିସ୍‌ ଖାଇବା ଦ୍ୱାରା ରକ୍ତରେ ଲୋହିତ ରକ୍ତ କଣିକା ସୃଷ୍ଟି ହୋଇଥାଏ। ଏହାକୁ ଖାଇଲେ ତାହା ସୁନିଦ୍ରାରେ ମଧ୍ୟ ସାହାଯ୍ୟ କରିଥାଏ। ବିଶେଷ ଭାବରେ ପାଣିରେ କିସ୍‌ମିସ୍‌କୁ ଭଲ ଭାବରେ ଭେଦାଇ ପ୍ରତିଦିନ ଖାଇଲେ ଏହା ଶରୀରରେ କ୍ୟାଲ୍‌ସିୟମ୍‌ ସୃଷ୍ଟି କରେ ଯାହା ଆଣ୍ଠୁ, ଗଣ୍ଠି ଓ ହାଡ଼କୁ ମଜଭୁତ ରଖିବାରେ ସାହାଯ୍ୟ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

ଯୋଗ ଓ ମାନସିକ ସ୍ବାସ୍ଥ୍ୟ

ଯୋଗ ଆମର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଶାରୀରିକ ବ୍ୟାୟାମ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri