ନିୟମ ପାଳନ କରନ୍ତୁ , ନ ହେଲେ ଆସିପାରେ ତୃତୀୟ ଲହର

ଭୁବନେଶ୍ୱର,୨।୭: ରାଜ୍ୟରେ କରୋନା ଟ୍ରେଣ୍ଡ ୩ ହଜାର ଥିବା ବେଳେ ଚଳିତ ମାସ ଦ୍ୱିତୀୟ ସପ୍ତାହ ବେଳକୁ ସଂକ୍ରମଣ ଆହୁରି କମିବ । ଶୁକ୍ରବାର ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଦେଶର ଅନ୍ୟ ରାଜ୍ୟରେ ସଂକ୍ରମଣ କମିଛି । ସେହି ଆଧାରାରେ ଓଡ଼ିଶାରେ ବି କମିବ । ସେପଟେ ମହାମାରୀ ବ୍ୟାପିବା ବେଳେ ସବୁଠୁ ଅଧିକ ଆତଙ୍କିତ କରିଥିବା ବ୍ଲାକ ଫଙ୍ଗସ ରାଜ୍ୟରେ ଏତେଟା ପ୍ରକୋପ ଦେଖାଇ ପାରିନି। ରାଜ୍ୟରେ ମେ ମାସରୁ ଏବେ ଯାଏ ଡେଲଟା ପ୍ଲସ ଆକ୍ରାନ୍ତ ଜଣଙ୍କ ବ୍ୟତୀତ ଆଉ କେହି ଚିହ୍ନଟ ହୋଇନାହାନ୍ତି । ତେଣୁ ଡେଲଟା ପ୍ଲସ୍କୁ ନେଇ ଅଯଥାରେ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି ।

କିନ୍ତୁ କଟକଣା କୋହଳ ହେଲା ପରେ ବି ନିୟମ କଡ଼ାକଡ଼ି ପାଳନ କରନ୍ତୁ। ନଚେତ ତୃତୀୟ ଲହର ଆସିପାରେ ବୋଲି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ତୃତୀୟ ଲହର ଏବେ ବି ସମ୍ଭାବନା ସ୍ତରରେ ରହିଛି । କିନ୍ତୁ ଏଥିପାଇଁ ସତର୍କ ଓ ସଚେତନା ହେବା ଜରୁରୀ ।

Share