ଏସବୁ କଥା ମାନିଲେ ଦାମ୍ପତ୍ୟ ଜୀବନ ହୋଇଥାଏ ସୁଖମୟ

ଦାମ୍ପତ୍ୟ ଜୀବନ ସୁଖମୟ କରିବା ପାଇଁ ଅନେକ ଉପାୟ ରହିଛି। ସେଗୁଡ଼ିକ ମାନି ଚଳିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ। ଜାଣନ୍ତୁ ଏହି ଉପାୟ ସମ୍ପର୍କରେ…

ଦମ୍ପତିଙ୍କ ଶୟନ କକ୍ଷରେ କେବେ ବି ଦେବଦେବୀଙ୍କ ଫଟୋ ଲଗାନ୍ତୁ ନାହିଁ।

ଶୋଇବା ସମୟରେ ପୂର୍ବ କିମ୍ବା ଦକ୍ଷିଣକୁ ମୁଣ୍ଡ କରି ଶୋଇବା ଉଚିତ୍‌।

ଶୋଇବା ଶେଯରେ ଗୋଲାପୀ ଏବଂ ଧଳା ରଙ୍ଗର ଫୁଲ ସଜାନ୍ତୁ।

ଶୁକ୍ରବାର ମା’ ଲକ୍ଷ୍ମୀ କିମ୍ବା ଦୁର୍ଗାଙ୍କୁ ମିଷ୍ଟାନ୍ନ ଭୋଗ ଲଗାନ୍ତୁ।

ଏହି ପ୍ରସାଦକୁ ଦୁହେଁ ମିଶି ସେବନ କରନ୍ତୁ।

ଶୟନ କକ୍ଷରେ ଅଧିକ ସୁଗନ୍ଧଯୁକ୍ତ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।

ସୁନା ଏବଂ ରୁପାର ମୁଦି ଧାରଣ କରନ୍ତୁ।