ପାଟଣା,୨୨ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କାର୍ଯ୍ୟାଳୟକୁ ବୁଧବାର ପାଟଣା ବ୍ଲକ ଭାଜପା ପକ୍ଷରୁ ରାଜ୍ୟରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ବ୍ଲକ ଘେରାଉ ସହ ବ୍ଲକ ସମ୍ମୁଖରେ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୧ ହଜାରରୁ ଊଦ୍ଧର୍ବ ଭାଜପା ନେତା ଓ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବମନ୍ଦିର ପଡ଼ିଆ ନିକଟରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ପାଟଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ବିରୋଧରେ ବର୍ଷିଥିଲେ। ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାପତି ତଥା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାଏକଙ୍କ ନେତୃତ୍ୱରେ ପୂର୍ବତନ ସାହାରପଡ଼ା ବ୍ଲକ ଅଧ୍ୟକ୍ଷ ଗୌତମ ନାଏକ, ବରିଷ୍ଠ ଭାଜପା ନେତା ସତ୍ୟବ୍ରତ ନାଏକ, ଅଖିଳ ନାଏକ, ଭାଜପା ଜିଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସବୀର ଦାଶ, ମହିଳା ନେତ୍ରୀ ବିଜୟଲକ୍ଷ୍ମୀ ପାତ୍ର, ସୋମବାରୀ ମୁଣ୍ଡା ପାଟଣା ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ମହାନ୍ତ, କେନ୍ଦେଇପଶି ମଣ୍ଡଳ ସଭାପତି ମିତ୍ରଭାନୁ ମହନ୍ତ ସାହାରପଡ଼ା ମଣ୍ଡଳ ସଭାପତି ବୁଲୁ ବାରିକ, ଉଦୟପୁର ମଣ୍ଡଳ ସଭାପତି ନରହରି ମହାନ୍ତ, ପାଟଣା ନିର୍ବାଚନ ମଣ୍ଡଳୀ ସଂଯୋଜକ ସୁଦର୍ଶନ ମହାନ୍ତ, ବରିଷ୍ଠ ଭଜପା ନେତା ପ୍ରହ୍ଲାଦ ପଲେଇ, ଅନିରୁଦ୍ଧ ନାଏକ ପ୍ରମୁଖ ସାମିଲ ହୋଇ ରାଜ୍ୟ ଓ ପାଟଣା ବ୍ଲକରେ ଚାଲିଥିବା ପିସି କାରବାର, ଟେଣ୍ଡର ଦୁର୍ନୀତି, ବେଆଇନ ବାଲି ଦୁର୍ନୀତି, ୫ଟି ସ୍କୁଲରେ ଦୁର୍ନୀତି ଓ ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ଦର୍ଦାମ, ଭ୍ରଷ୍ଟାଚାର ଓ ନାରୀ ନିର୍ଯାତନା ବିରୋଧରେ ବର୍ଷିଥିଲେ। ପାଟଣା ଥାନା ପକ୍ଷରୁ ଏସ୍ଆଇ ମନୋରମା ସ୍ବାଇଁ, ସାହାରପଡ଼ା ଫାଣ୍ଡି ଅଧିକାରୀ ଶିବଶଙ୍କର ଆଲଦା ପ୍ରମୁଖ ଉପସ୍ଥିତି ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ l