Categories: ଜାତୀୟ

ପଞ୍ଜୁରୀରେ ରହି ଅଶ୍ଳୀଳ ଡ୍ୟାନ୍ସ କଲେ ବାର୍‌ ଯୁବତୀ, ଫଟୋ ଭାଇରାଲ

ଲକ୍ଷ୍ନୌ,୧୦ା୧୨: ପଞ୍ଜୁରୀରେ ରହି ବାର୍‌ ଯୁବତୀମାନେ ଆଞ୍ଚଳିକ ଗୀତରେ ଅଶ୍ଳୀଳ ଡ୍ୟାନ୍ସ କରିଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଜମଗଡ଼ରେ। କରୋନା ମହାମାରୀ ସମୟରେ ବିନା ମାସ୍କରେ ସାମାଜିକ ଦୂରତା ରକ୍ଷା ନ କରି ନାଚଗୀତରେ ଯୁବତୀମାନେ ମସ୍‌ଗୁଲ ଥିଲେ।
ଆଜମଗଡ଼ ଜିଲାର ସିଦ୍ଧାରୀ ଥାନା ଅଧୀନସ୍ଥ ଆୟୋଜିତ ସମାରୋହରେ ଏକ ପଞ୍ଜୁରୀରେ ବନ୍ଦୀ ରହି ବାର୍‌ ଯୁବତୀମାନେ ଅଶ୍ଳୀଳ ନୃତ୍ୟ କରୁଥିବା ନଜର ଆସିଛନ୍ତି। ଯାହାକି ଏପର୍ଯ୍ୟନ୍ତ କୌଣସି ଫିଲ୍ମ କିମ୍ବା କ୍ଲବରେ ଏପରି ଦୃଶ୍ୟ ଦେଖିବାକୁ ମିଳିନାହିଁ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଡିଜେ ବଜାଇ ଏହି ଯୁବତୀମାନେ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟପକ୍ଷରେ ଲୋକମାନେ ମଧ୍ୟ ଉତ୍ସାହିତ ହୋଇ ଏହି ଦୃଶ୍ୟକୁ ବେଶ୍‌ ଉପଭୋଗ କରୁଥିଲେ। ଟଙ୍କା ଫିଙ୍ଗି ସେମାନଙ୍କ ତାଳ ସହ ତାଳ ଦେଇ ଅଙ୍ଗଭଙ୍ଗୀ କରୁଥିଲେ। ରାତି ୧୦ଟା ପରେ ଡିଜେ ବାଜିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏଠାରେ ନିୟମ ଉଲ୍ଲଂଘନ କରାଯାଇଥିଲା।

Share