ଅଙ୍ଗନୱାଡି କର୍ମୀଙ୍କ ନାଁରେ ଅଶାଳୀନ ଗୀତ ଭାଇରାଲ

ଭବାନୀପାଟଣା,୨୫।୨(ସ୍ବ.ପ୍ର.): ଅଙ୍ଗନୱାଡି କର୍ମୀଙ୍କ ଉପରେ ଏକ ଅଶାଳୀନ ଗୀତ ଗତ ୨ ଦିନ ହେଲା ଭାଇରାଲ ହୋଇଛି। ଏହାକୁ ନେଇ କଳାହାଣ୍ଡି ଜିଲାର ୧୩ଟି ବ୍ଲକର ଅଙ୍ଗନୱାଡିି କର୍ମୀଙ୍କ ମଧ୍ୟରେ ଏବେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହି ଗୀତରେ ଅଙ୍ଗନୱାଡି କର୍ମୀଙ୍କୁ ତାତ୍ସଲ୍ୟ କରାଯାଇ ଥିବାରୁ ସମ୍ମାନହାନି ହୋଇଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ଏହ ଗୀତ ଗାଇଥିବା ଓ ଭାଇରାଲ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଗିରଫ ଦାବି କରିଛି ଅଲ୍‌ଓଡିଶା ଅଙ୍ଗନୱାଡି କର୍ମଚାରୀ ମହାସଂଘ କଳାହାଣ୍ଡି ଶାଖା। ଭବାନୀପାଟଣାଠାରେ ଜିଲାର ବିଭିନ୍ନ ଅଞ୍ଚଳର ଅଙ୍ଗନୱାଡି କର୍ମୀ ଏକତ୍ର ହୋଇ ଏହାର ପ୍ରତିବାଦ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ ଦାବିରେ ସ୍ଥାନୀୟ ଅପରାଧିକା ଶାଖାକୁ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ରାଜ୍ୟ ସାଧାରଣ ସମ୍ପାଦିକା ଝୁନୁପମା ଶତପଥି, ଜିଲା ସଭାନେତ୍ରୀ ସଞ୍ଜିବନୀ ପାଢି, ସହସମ୍ପାଦିକା ରଞ୍ଜିତା ବାଗ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଯଶ୍ମୀନ ନାଏକ ପ୍ରମୁଖ ନେତୃତ୍ୱ ନେଇଥିଲେ।

Share