ନିର୍ବାଚନ ସ୍ଥିତି ଅନୁଦ୍ଧାନ କଲେ ପର୍ଯ୍ୟବେକ୍ଷକ

ଝାରସୁଗୁଡ଼ା ଅଫିସ,୩୧ା୫: ବ୍ରଜରାଜନଗର ଉପନିର୍ବାଚନ ଲାଗି ମଙ୍ଗଳବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ୯ଟା ୩୦ ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଛି। ଏହି ପରିପ୍ରେକ୍ଷୀରେ ସାଧାରଣ ପର୍ଯ୍ୟବେକ୍ଷକ ଭାରତୀୟ ପ୍ରଶାସନିକ ଅଧିକାରୀ ମାଧବୀ କଟରିଆ ନିର୍ବାଚନ ସ୍ଥିତି ଅନୁଦ୍ଧାନ କରିଛନ୍ତି। ସେ ଛତିଶଗଡ଼ ସୀମାନ୍ତ ଲଖନପୁର ବ୍ଲକ ଅଧୀନ କନକତୋରା ପ୍ରାଥମିକ ସ୍କୁଲ ମୋଡେଲ ବୁଥ ନଂ ୨୪ରେ ପହଞ୍ଚି ଭୋଟ ପରିଚାଳନା ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଭୋଟ ଗ୍ରହଣ କିପରି ଶାନ୍ତି ଶୃଙ୍ଖଳାରେ ଶେଷ ହେବ ନେଇ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିବା ଜଣାପଡିଛି। ଏପରିକି ନିର୍ବାଚନୀ ମଣ୍ଡଳିର ବିଭିନ୍ନ ବୁଥ୍‌ ବୁଲି କିପରି ମତଦାନ ଚାଲିଛି ସେନେଇ ପଚାରି ବୁଝିଛନ୍ତି।

Share