Categories: ଖେଳ

ଭଦ୍ରକରେ ଓସିଏ ସ୍ପିନର ଟ୍ୟାଲେଣ୍ଟ ହଣ୍ଟ କ୍ୟାମ୍ପ

ଭୁବନେଶ୍ୱର, ୭।୫ (ସ୍ପୋଟର୍‌ସ ବ୍ୟୁରୋ): ଭଦ୍ରକ ରେଲଓ୍ବେ ଷ୍ଟାଡିୟମରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ସ୍ପିନର ଟ୍ୟାଲେଣ୍ଟ ହଣ୍ଟ କ୍ୟାମ୍ପ ଶନିବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲାର ଜୋନାଲ ଭେନ୍ୟୁ ଭଦ୍ରକରେ ୯୭ଜଣ ସ୍ପିନ ବୋଲର ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଥିଲେ। ଓଡ଼ିଶା ସିନିୟର ପୁରୁଷ ଦଳ ମୁଖ୍ୟ କୋଚ୍‌ ଦୀନେଶ ମୋଙ୍ଗିଆଙ୍କ ବ୍ୟତୀତ ଓସିଏର ଜୁନିୟର ଓ ସିନିୟର ଚୟନକର୍ତ୍ତାଗଣ, ଅମିୟ ରାୟ, ସୁବିତ ବିଶ୍ୱାଳ, ପ୍ରଭଞ୍ଜନ ମଲିକ, ନିରଞ୍ଜନ ବେହେରା ଓ ଶୁଭ୍ରଜିତ୍‌ ସାହୁ ପ୍ରମୁଖ ପ୍ରତିଭା ଚିହ୍ନଟ କରିଥିଲେ। ଏହି କ୍ୟାମ୍ପର ଉଦ୍‌ଘାଟନ ବେଳେ ଭଦ୍ରକ ଜିଲା କ୍ରିକେଟ ଆସୋସିଏଶନର କର୍ମକର୍ତ୍ତାଗଣ ଯଥା ସଭାପତି ଉପେନ୍ଦ୍ର ବାରିକ, ଉପସଭାପତି ଭବତୋଷ ଦାସ, ସାଧାରଣ ସମ୍ପାଦକ ଧୀରେନ ପଲାଇ, କୋଷାଧ୍ୟକ୍ଷ ବ୍ୟୋମକେଶ ସେନାପତି, କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଜ୍ୟୋତିକାନ୍ତ ନାୟକ, ପଓ୍ବନ ଶର୍ମା, ନରେନ ପଲାଇ ଏବଂ ଉପଦେଷ୍ଟା କମିଟି ସଦସ୍ୟ ବିଜୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Share