Categories: ଖେଳ

ଓସିଏ ସ୍ପିନର ଟ୍ୟାଲେଣ୍ଟ ହଣ୍ଟ କ୍ୟାମ୍ପ୍‌

ସମ୍ବଲପୁର, ୫ା୫ (ବ୍ୟୁରୋ): ଅନୁଗୋଳ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉରକେଲା ଓ ଦେବଗଡ଼ ଜିଲାକୁ ନେଇ ଜୋନାଲ ଭେନ୍ୟୁ ସମ୍ବଲପୁରରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ଟ୍ୟାଲେଣ୍ଟ ହଣ୍ଟ୍‌ କ୍ୟାମ୍ପ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭୨ଜଣ ସ୍ପିନର ଭାଗ ନେଇଥିଲେ। ସମ୍ଭାବ୍ୟ ଶ୍ରେଷ୍ଠ ପ୍ରତିଭା ସ୍ପିନର ବାଛିବା ଲାଗି ଭେନ୍ୟୁରେ ଓଡ଼ିଶା ସିନିୟର ପୁରୁଷ କ୍ରିକେଟ ଦଳର ମୁଖ୍ୟକୋଚ୍‌ ଦୀନେଶ ମୋଙ୍ଗିଆଙ୍କ ସମେତ ଓସିଏର ସିନିୟର ଓ ଜୁନିୟର ଚୟନକର୍ତ୍ତାଗଣ ଯଥା ଅମିୟ ରାୟ, ସୁବିତ୍‌ ବିଶ୍ୱାଳ, ପ୍ରଭଞ୍ଜନ ମଲିକ, ନିରଞ୍ଜନ ବେହେରା ଓ ଶୁଭ୍ରଜିତ୍‌ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କ୍ୟାମ୍ପର ଉଦ୍‌ଘାଟନୀ ଉତ୍ସବରେ ଓସିଏ ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ଭୋଳ ଏବଂ ସମ୍ବଲପୁର ଜିଲା ଆଥଲେଟିକ୍‌ ଆସୋସିଏଶନର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ରହିଥିଲେ ଦୁଲାଲଚନ୍ଦ୍ର ପ୍ରଧାନ (ଉପସଭାପତି), ସୁନୀଲ କୁମାର ସାହୁ (ସାଧାରଣ ସମ୍ପାଦକ), ଉମାପତି ତ୍ରିପାଠୀ (କୋଷାଧ୍ୟକ୍ଷ), ଅବିନାଶ ନନ୍ଦ (କ୍ରିକେଟ ସମ୍ପାଦକ) ଏବଂ କାଉନ୍‌ସିଲ ସଦସ୍ୟ ସୁବୋଧ ସାହୁ, ପଦ୍ମ ନାୟକ ଏବଂ ବିଭୂତି ଭୂଷଣ ମିଶ୍ର। ଓସିଏର ପରବର୍ତ୍ତୀ ସ୍ପିନର ଟ୍ୟାଲେଣ୍ଟ ହଣ୍ଟ୍‌ କାର୍ଯ୍ୟକ୍ରମ ଶନିବାର ରେଲଓ୍ବେ ଷ୍ଟାଡ୍‌ିୟମ, ଭଦ୍ରକରେ ହେବ।

Share