Categories: ଖେଳ

ବଲାଙ୍ଗୀରରେ ଓସିଏ ଟ୍ୟାଲେଣ୍ଟ ହଣ୍ଟ୍‌ କ୍ୟାମ୍ପ

ବଲାଙ୍ଗୀର ଅଫିସ, ୩ା୫ : ବଲାଙ୍ଗୀରସ୍ଥିତ ଗାନ୍ଧୀ ଷ୍ଟାଡିୟମରେ ମଙ୍ଗଳବାର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଦ୍ୱାରା ଆୟୋଜିତ ହୋଇଯାଇଛି ସ୍ପିନର ଟ୍ୟାଲେଣ୍ଟ ହଣ୍ଟ୍‌ କ୍ୟାମ୍ପ। ବୌଦ୍ଧ, ବଲାଙ୍ଗୀର, ବରଗଡ଼, ସୋନ୍‌ପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲାଗୁଡ଼ିକ ଲାଗି ବଲାଙ୍ଗୀର ଥିଲା ଜୋନାଲ ଭେନ୍ୟୁ। ସ୍ପିନ ପ୍ରତିଭାଙ୍କୁ ଚିହ୍ନଟ କାର୍ଯ୍ୟକ୍ରମ ବେଳେ ଓଡ଼ିଶା ସିନିୟର ପୁରୁଷ ଟିମ୍‌ ମୁଖ୍ୟ କୋଚ୍‌ ଦୀନେଶ ମୋଙ୍ଗିଆଙ୍କ ବ୍ୟତୀତ ଓସିଏର ସିନିୟର ଓ ଜୁନିୟର ଚୟନକର୍ତ୍ତା ଯଥା ଅମିୟ ରାୟ, ସୁବିତ ବିଶ୍ୱାଳ, ପ୍ରଭଞ୍ଜନ ମଲିକ, ନିରଞ୍ଜନ ବେହେରା ଓ ଶୁଭ୍ରଜିତ୍‌ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କ୍ୟାମ୍ପର ଉଦ୍‌ଘାଟନୀ ସମୟରେ ବଲାଙ୍ଗୀର ଜିଲା ଆଥଲେଟିକ ଆସୋସିଏଶନର ସଦସ୍ୟଗଣ କୃଷ୍ଣ ଚନ୍ଦ୍ର ମିଶ୍ର (ଉପସଭାପତି), ପ୍ରହଲ୍ଲାଦ ଶତପଥୀ (ଉପସଭାପତି), ହରିନାରାୟଣ ପୂଜାରୀ (ସାଧାରଣ ସମ୍ପାଦକ), ପ୍ରଭାତ ମିଶ୍ର (କୋଷାଧ୍ୟକ୍ଷ), ଶତ୍ରୁଘ୍ନ ସିଂ (ଯୁଗ୍ମସମ୍ପାଦକ), ଓମ୍‌ ପ୍ରକାଶ ଚାନ୍ଦ (କ୍ରିକେଟ ସମ୍ପାଦକ), ରାଜେନ୍ଦ୍ର ପୁରୋହିତ (ସିନିୟର କାଉନ୍‌ସିଲ ସଦସ୍ୟ) ଓ ସୁଧୀର ଚନ୍ଦ୍ର ପଣ୍ଡା (ସିନିୟର କାଉନ୍‌ସିଲ ସଦସ୍ୟ) ପ୍ରମୁଖ ଉପସ୍ଥିତ ଥିଲେ। ସ୍ପିନର ଟ୍ୟାଲେଣ୍ଟ ହଣ୍ଟ୍‌ କ୍ୟାମ୍ପର ପରବର୍ତ୍ତି ଭେନ୍ୟୁ ହେଉଛି ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ। ଏଥିରେ ଅନ୍ୟ ୬ଟି ଜିଲାର ସ୍ପିନର ସେମାନଙ୍କ ପ୍ରତିଭା ଦେଖାଇବେ।

 

 

Share