ସାଇବର ଠକେଇ ଜାଲରେ ଓକାକ୍‌ର ମୁଖ୍ୟ

ଭୁବନେଶ୍ବର,୧୧।୧୧(ବ୍ୟୁରୋ): ସାଇବର ଠକେଇ ଜାଲରେ ଓକାକ୍‌ର ମୁଖ୍ୟ ମନୋଜ କୁମାର ପଟ୍ଟନାୟକ। ଓଡିଶା କମ୍ପୁଟର ଆପ୍ଲିକେଶନ ସେଣ୍ଟର (ଓକାକ) ମୁଖ୍ୟଙ୍କ ହ୍ବାଟ୍ସଆପ ନମ୍ବର ହ୍ୟାକ କରି ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି।

ହ୍ବାଟ୍ସଆପ ହ୍ୟାକ କରିବା ପରେ ତାଙ୍କ ସମ୍ପର୍କୀୟଙ୍କୁ ଜରୁରୀ ଅଛି କହି ୭ ଲକ୍ଷ ଟଙ୍କା ଠକି ନେଇଥିବା ସହିଦନଗର ଥାନାରେ ଅଭିଯୋଗ ହୋଇଛି । ତାଙ୍କ ସମ୍ପର୍କୀୟ ଠକେଇର ଶିକାର ହୋଇଥିବା ଅଭିଯୋଗ କରିବା ପରେ ସଚିବ ପୋଲିସକୁ ଏ ସମ୍ପର୍କରେ ଜଣାଇଛନ୍ତି। ମନୋଜଙ୍କ ନାଁରେ ସମ୍ପର୍କୀୟଙ୍କ ଠାରୁ ୟୁପିଆଇ ପେମେଣ୍ଟ ଜରିଆରେ ୭ ଲକ୍ଷ ଟଙ୍କା ଠକେଇ ହୋଇଛି । ସଚିବ ନିଜ ସମ୍ପର୍କୀୟଙ୍କ ସହ କଥାବର୍ତ୍ତା ହେବା ପରେ ଏହି ଠକେଇ କଥା ଜାଣିବାକୁ ପାଇଛନ୍ତି ।

 

Share