Categories: ଫୁରସତ

ମାକେର୍ଟକୁ ଆସିଲା ‘ଓସେନ ବ୍ଲୁ ଦୋସା’, ଟେଷ୍ଟ କଲେ…

ଇଣ୍ଟରନେଟ ଦୁନିଆରେ ସବୁଠାରୁ ପସନ୍ଦିଆ ଓ ଭାଇରାଲ ଭିଡିଓ ହେଉଛି ଖାଦ୍ୟ ଏବଂ ପାନୀୟ ସମ୍ବନ୍ଧୀୟ ଭିଡିଓ। ଲୋକମାନେ କେବଳ ଫୁଡ ଏକ୍ସପେରିମେଣ୍ଟାଲ ଜିନିଷକୁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଫୁଡ ଏକ୍ସପେରିାମଣ୍ଟର ପ୍ରୋସେସିଂକୁ ମଧ୍ୟ ପସନ୍ଦ କରନ୍ତି। ସାଂପ୍ରତିକ ସମୟରେ, ଏପରି ଏକ ଫୁଡ ଏକ୍ସପେରିମେଣ୍ଟର ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣଙ୍କୁ ଥରେ ଟେଷ୍ଟ କରିବାକୁ ଇଛା ହେବ। ଏହାର ନାଁ ରହିଛି ବ୍ଲୁ ଦୋସା।

ଅଧିକାଂଶ ଲୋକ ଦୋସା ଖାଇବାକୁ ଖୁବ୍‌ ପସନ୍ଦ କରନ୍ତି। ଦକ୍ଷିଣ ଭାରତରେ ଏହି ଖାଦ୍ୟ ଭାରତର କୋଣ ଅନୁକୋଣରେ ଲୋକପ୍ରିୟ। ଆମେ ଏହି ନାଁ ଧରୁ ଧରୁ ଆପଣଙ୍କ ପାଟିରୁ ମଧ୍ୟ ଲାଳ ଗଡିବଣି। କିନ୍ତୁ କେବେ ବ୍ଲୁ ଦୋସା ବିଷୟରେ ଶୁଣିଛନ୍ତି। ନାଁ ଶୁଣି ଆଶ୍ଚର୍ଯ୍ୟରେ ପଡିଥିବେ। ଛତିଶଗଡର ରାୟପୁରରେ ଜଣେ ବ୍ୟକ୍ତି ଏପ୍ରକାର ଦୋସ ପ୍ରସ୍ତୁତ କରୁଛନ୍ତି। ଦୋସା ପ୍ରସ୍ତୁତ କରିବାର ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ହେଲେ ପ୍ରତିକ୍ରିୟାରେ ୟୁଜର୍ସମାନେ ଦୋସାର ଭିନ୍ନ ରୂପ କରିବା ପାଇଁ ଦୋକାନୀଟିକୁ ବହୁତ ଟ୍ରୋଲ କରିଛନ୍ତି।

ଭାଇରାଲ ଭିଡିଓରେ, ଦୋସା ପ୍ରସ୍ତୁତକାରୀ ପ୍ରଥମେ ଦୋସର ନୀଳ ବଟାକୁ ପ୍ୟାନ ଉପରେ ରଖୁଛନ୍ତି। ପରେ, ଏଥିରେ ମାୟୋନିଜ, ପନିର ଏବଂ ସସ ଭଳି ଜିନିଷ ମିଶାଇ ଦୋସା ପ୍ରସ୍ତୁତ କରୁଛନ୍ତି। କିଛି ସମୟ ପରେ ବ୍ଲୁ ଦୋସା ପ୍ରସ୍ତୁତ ହୋଇଯାଉଛି।

Share