ଚେନ୍ନାଇ,୨୭।୧୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶନିବାର ଭୂପର୍ଯ୍ୟବେକ୍ଷଣ ସାଟେଲାଇଟ୍ ଓସନସାଟ୍-୩ ସମେତ ଅନ୍ୟ ୮ଟି ଉପଗ୍ରହକୁ ସଫଳତାର ସହ ଦୁଇଟି କକ୍ଷପଥରେ ଅବସ୍ଥାପିତ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ୍ପ୍ୟାଡ୍ରୁ ପୂର୍ବାହ୍ନ ୧୧ଟା ୫୬ରେ ପିଏସ୍ଏଲ୍ଭି-ସି୫୪ ଉପଗ୍ରହମାନଙ୍କୁ ନେଇ ମହାକାଶକୁ ଯାଇଥିଲା। ଏହା ଏକ ସ୍ବତନ୍ତ୍ର ମିଶନ ଥିଲା ବୋଲି ବୈଜ୍ଞାନିକମାନେ କହିଛନ୍ତି, କାରଣ ସାଟେଲାଇଟ୍ଗୁଡ଼ିକୁ ଭିନ୍ନ ଭିନ୍ନ ଉଚ୍ଚତାରେ ବିଭିନ୍ନ କକ୍ଷପଥରେ ଅବସ୍ଥାପିତ କରିବା ଲାଗି ଏକାଧିକ ଥର ଦକ୍ଷତାର ସହ ସଞ୍ଚାଳନ କରିବାକୁ ପଡ଼ିଥିଲା। ଇସ୍ରୋର ଏହା ଦୀର୍ଘତମ ମିଶନ ବୋଲି କୁହାଯାଉଛି।