ଭୁବନେଶ୍ୱର,୨।୧(ବ୍ୟୁରୋ): ଓସିଏସ୍ ଆଶାୟୀଙ୍କୁ ପୁଣିଥରେ ସୁଯୋଗ ମିଳିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୧୯,୨୦୨୦ ଏବଂ ୨୦୨୧ରେ ପରୀକ୍ଷା ଦେଇଥିବା ଓଡ଼ିଶା ସିଭିଲ ସର୍ଭିସ ଆଶାୟୀଙ୍କୁ ଆଉଥରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ। ବୟସ ଅତିକ୍ରମ କରିଥିଲେ ବି ପରୀକ୍ଷାର୍ଥୀମାନେ ପୁଣି ପରୀକ୍ଷା ଦେଇପାରିବେ ବୋଲି ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।