Posted inରାଜ୍ୟ

ଆଜିଠୁ ଓସିଏସ୍‌ ମେନ୍‌ ପରୀକ୍ଷା

କଟକ ଅଫିସ,୨୦ା୧: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ୍‌ (ଓସିଏସ୍‌) ମେନ୍‌ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେଉଛି। ଚଳିତଥର ପ୍ରାୟ ୪,୭୫୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ୫ଟି ଜୋନ୍‌ର ୧୬ଟି ପରୀକ୍ଷା କେନ୍ଦ୍ରରେ କୋଭିଡ୍‌ କଟକଣା ଅନୁଯାୟୀ ଏହି ପରୀକ୍ଷା କରାଯିବ। ଏଥିପାଇଁ ଓପିଏସ୍‌ସି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତା ଫେବୃୟାରୀ ୮ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ବିଭିନ୍ନ ବିଷୟରେ ପରୀକ୍ଷାର୍ଥୀମାନେ ଦୁଇଟି ସିଟିଂରେ ପରୀକ୍ଷା ଦେବେ। ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ। ପ୍ରଥମ ଦିନର ପ୍ରଥମ ସିଟିଂରେ ଓଡ଼ିଆ ଓ ଦ୍ୱିତୀୟ ସିଟିଂରେ ଇଂଲିଶ ବିଷୟରେ ପରୀକ୍ଷା ହେବ। ପରୀକ୍ଷା ସୁପରିଚାଳନା ପାଇଁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଓପିଏସ୍‌ସି ସଦସ୍ୟମାନେ ସ୍କ୍ବାଡ୍‌ ଭାବେ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ବ୍ୟବସ୍ଥା ତଦାରଖ କରିବେ ବୋଲି ସଚିବ ଅଶୋକ କୁମାର ଦାଶ ବୁଧବାର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ପରୀକ୍ଷାର୍ଥୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଦୀର୍ଘଦିନ ଚାଲିବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଦାବି ଉଠିଥିଲା। କରୋନା ଆକ୍ରାନ୍ତ ହେବା ସମ୍ଭାବନା ରହିଛି ବୋଲି ପରୀକ୍ଷାର୍ଥୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ। ଅନ୍ୟପକ୍ଷରେ ଓପିଏସ୍‌ସି ପକ୍ଷରୁ ଅଧ୍ୟକ୍ଷ ଓ ସଚିବଙ୍କ ସମେତ ସମସ୍ତ ସଦସ୍ୟଙ୍କୁ ନେଇ ଆଲୋଚନା ହୋଇଥିଲା। ଏହାପରେ ପରୀକ୍ଷାକୁ ସ୍ଥଗିତ ରଖାଯିବ ନାହିଁ ବୋଲି ଗତ ୧୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ଓ ପରିସରରେ ପରୀକ୍ଷାର୍ଥୀମାନେ କୋଭିଡ୍‌ ନିୟମ ଅନୁପାଳନପୂର୍ବକ ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ବ୍ୟକ୍ତିଗତ ସ୍ବାସ୍ଥ୍ୟରକ୍ଷା ନିୟମ ପାଳନ କରିବାକୁ କୁହାଯାଇଛି। ସମସ୍ତ ପରୀକ୍ଷାର୍ଥୀ ଏନ୍‌-୯୫ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ପିନ୍ଧି ନ ଥିଲେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। କେବଳ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ ତଦାରଖ କରିବା ସମୟରେ ପରୀକ୍ଷାର୍ଥୀମାନେ ମାସ୍କ ଖୋଲିବେ। ଓପିଏସ୍‌ସି ପକ୍ଷରୁ ପରୀକ୍ଷା କେନ୍ଦ୍ରକୁ ବିଶୋଧନ କରାଯିବା ସହ କେନ୍ଦ୍ରରେ ସାନିଟାଇଜରର ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀମାନେ ମଧ୍ୟ ନିଜ ସାଙ୍ଗରେ ସାନିଟାଇଜର ନେଇପାରିବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ ହେଉଛି ବିଧାୟକଙ୍କ ନିଆଁ ଲିଭାଇବା ଫଟୋ, ଜଳଖିଆ ଦେକାନୀଙ୍କ କଥା ଶୁଣି ଛଳଛଳ ଆଖି…

ଭୁବନେଶ୍ୱର,୭।୩: ବଡ଼ପଣ ଦେଖାଇଲେ ବଡ଼ଚଣା ବିଧାୟକ ଅମର ନାୟକ। ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଳମ୍ବିତ ରାତିରେ ସେ ଭୁବନେଶ୍ୱର ଫେରୁଥିବା ସମୟରେ ଚଣ୍ଡିଖୋଲ...

ପାଚିକା ସଂଘର ହାଣ୍ଡିଛାଡ ଆନ୍ଦୋଳନ: ଦରମା ନ ବଢ଼ାଇଲେ…

ଭୁବନେଶ୍ୱର,୭।୩: ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ପାଚିକା ସଂଘର ହାଣ୍ଡିଛାଡ ଆନ୍ଦୋଳନ। ରାଜ ରାସ୍ଥାରେ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘ ୧୦ ଦଫା ଦାବିରେ...

ଉତ୍ତମ ମହାନ୍ତିଙ୍କ ଘରେ ଧର୍ମେନ୍ଦ୍ର: ଅପରାଜିତା, ବାବୁଙ୍କ ସହ କଲେ ଆଲୋଚନା

  ଭୁବନେଶ୍ୱର,୭।୩: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକପ୍ରିୟ ଅଭିନେତା ସ୍ବର୍ଗତ ଉତ୍ତମ ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚିଛନ୍ତି। ସେ ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି...

Women’s Day 2025: ଲୋକ ସଭାରେ କେଉଁ ରାଜ୍ୟ ଏବଂ ଦଳରୁ ସର୍ବାଧିକ ମହିଳା ଏମପି ଅଛନ୍ତି, ଜାଣନ୍ତୁ ଓଡ଼ିଶାରୁ କେତେ…

ସାରା ବିଶ୍ୱରେ ୮ ମାର୍ଚ୍ଚକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଏ। ଏହି ବାହାନାରେ, ଭାରତ ସମେତ ସାରା ବିଶ୍ୱରେ ମହିଳାଙ୍କ ଭୂମିକା, ସେମାନଙ୍କର...

କିଟ୍‌ ଘଟଣାରେ ଆଉ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ହାଜର ପାଇଁ ଜାରି ହେଲା ନୋଟିସ

ଭୁବନେଶ୍ୱର,୭।୩: କିଟ୍‌ ଘଟଣାରେ ଆଉ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ହାଜର ପାଇଁ ନୋଟିସ ଜାରି କରାଯାଇଛି । କିଟ୍‌ର Director of Students affairs,...

ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ଭୁବନେଶ୍ୱର,୭ା୩: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଥିବାବେଳେ ଏହା ୭ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଅର୍ଥାତ୍‌ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି...

ନୂଆ କରିବାକୁ ସ୍ବପ୍ନ ଦେଖାଇଥିଲେ ନବୀନ, ନବୀକରଣ ପାଇଁ ମନା କରିଦେଲେ ମୋହନ

ଭୁବନେଶ୍ୱର,୭ା୩: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ନିୟମିତ କ୍ରିକେଟ ମ୍ୟାଚ୍ ପାଇଁ ଭିତ୍ତିଭୂମି ଉନ୍ନତ କରିବାର କୌଣସି ଯୋଜନା ଓଡ଼ିଶା ସରକାରଙ୍କର ନାହିଁ। କ୍ରୀଡ଼ା ଏବଂ...

ପରିବର୍ତ୍ତନ ହେବ କି ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ? ସ୍ପଷ୍ଟୀକରଣ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୭ା୩: ଗଲା ବର୍ଷ ରାଜନୈତିକ ବିବାଦ ସୃଷ୍ଟି କରିଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରିବା ପ୍ରସ୍ତାବ ଉପରେ ଶୁକ୍ରବାର ଓଡ଼ିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image