ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ପାର୍ବଣକୁ ନେଇ ପୁଣି ଥରେ ଜାରି ହେଲା ଗାଇଡଲାଇନ୍ । ଲକ୍ଷ୍ମୀପୂଜା, କାଳୀ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏ ନେଇ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି।
ଗାଇଡଲାଇନ୍ ଅନୁସାରେ, ମଣ୍ଡପରେ ପୂଜା ସମୟରେ ଶ୍ରଦ୍ଧାଳୁମାନେ ଭିତରକୁ ଯାଇପାରିବେ ନାହିଁ। ମୂର୍ତ୍ତିର ଉଚ୍ଚତା ୪ଫୁଟରୁ କମ ହେବ। କୋଭିଚ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ୭ଜଣ ଲୋକ ଏକା ସହ ମଣ୍ଡପକୁ ଯାଇପାରିବେ। ସେହିପରି ମୂର୍ତ୍ତି ବିସର୍ଜନ ସମୟରେ କେବଳ ୧୦ଜଣ ଲୋକ ହିଁ ରହିପାରିବେ। ବିଏମସି ଅଧୀନରେ ଥିବା ପୂଜା କମିଟି ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ନେବାକୁ ପଡିବ। ଏଥିସହ ମନ୍ଦିର ଭିତରକୁ ହବିଷ୍ୟାଳୀଙ୍କୁ ପ୍ରବେଶ ମନା କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଦିନ ବିନ୍ଦୁସାଗର ଏବଂ ଅନ୍ୟାନ୍ୟ ନଦୀ ଘାଟରେ ଗହଳି ନ କରିବାକୁ ଗାଇଡଲାଇନ୍ରେ ସୂଚନା ଦିଆଯାଇଛି।