୨୦ରୁ କନିଷ୍ଠ ଶିକ୍ଷକଙ୍କ ଡକ୍ୟୁମେଣ୍ଟ ଯାଞ୍ଚ

ଭୁବନେଶ୍ୱର, ୧୭।୧(ଅସମାପିକା ସାହୁ): କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌) ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଚଳିତମାସ ୨୦ ତାରିଖରୁ ହେବ। ଏହା ଜିଲାସ୍ତରରେ କ୍ୟାଟେଗୋରି-୧ ପାଇଁ ୨୦ ତାରିଖରେ ଏବଂ କ୍ୟାଟେଗୋରି-୨ ପାଇଁ ୨୧ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ମଙ୍ଗଳବାର ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସୂଚନା ଦିଆଯାଇଛି। ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ କ’ଣ ଆବଶ୍ୟକ, କେଉଁଠି ହେବ ଏବଂ ଅନ୍ୟାନ୍ୟ ବିଷୟରେ ସୂଚନା ଓସେପା ୱେବସାଇଟ୍‌ osepa.odisha.gov.inରେ ଉପଲବ୍ଧ ଅଛି। ସୂଚନାଯୋଗ୍ୟ, କନିଷ୍ଠ ଶିକ୍ଷକ(ସ୍କିମାଟିକ) ଲିଖିତ ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଥିଲା। କଳା, ବିଜ୍ଞାନ, ତେଲୁଗୁ, ଉର୍ଦ୍ଦୁ ଓ ବଙ୍ଗଳା ବିଷୟର ଶିକ୍ଷକ ପାଇଁ ମୋଟ୍‌ ୧୮,୭୮୮ ଜଣ ତାଲିକାରେ ସ୍ଥାନ ପାଇଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଶିକ୍ଷକଙ୍କ ନିମନ୍ତେ ୯,୯୮୨ଜଣ ସ୍ଥାନ ପାଇଥିବାବେଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଶିକ୍ଷକଙ୍କ ସକାଶେ ୮,୮୦୬ ଜଣ ଆଶାୟୀ ସ୍ଥାନ ପାଇଛନ୍ତି।

Share