Categories: ଜାତୀୟ

ଦିଲ୍ଲୀରେ ଲାଗୁ ହେବ ନାହିଁ ଅଡ୍‌-ଇଭିନ୍‌ ନିୟମ

ନୂଆଦିଲ୍ଲୀ,୧୦।୧୧: କୃତିମ ବର୍ଷା ଯୋଗୁଁ ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତାରେ କିଛି ମାତ୍ରାରେ ସୁଧାର ଆସିଛି।ଦିଲ୍ଲ-ଏନସିଆରରେ ବର୍ଷା ହେବାରୁ ଏକ୍ୟୁଆଇ ଆଗ ଅପେକ୍ଷ କମିଛି। ଏହି କ୍ରମରେ ଦିଲ୍ଲୀ ସରକାର ଅଡ୍‌-ଇଭିନ୍‌ ନିୟମ ଲାଗୁ କରିବା ନିଷ୍ପତ୍ତିକୁ ଏଡାଇ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରଓ୍ବାଲ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୂଚନା ଦେଇଛନ୍ତି।
ଗୋପାଳ ରାୟ କହିଛନ୍ତି, ଗୁରବାର ରାତିରୁ ଦିଲ୍ଲୀ ପଣିପାଗରେ ପରିବର୍ତ୍ତନ ଆସିଛି। ଗତ ଆଠ-ଦଶ ଦିନ ଧରି ଦିଲ୍ଲୀ ପାଗରେ ସୁଧାର ଆସୁ ନ ଥିଲା। ତାପମାତ୍ରା କମିବା ସହ ପ୍ରଦୂଷଣର ସ୍ତର ବଢିବାରେ ଲାଗିଥିଲା। ବର୍ତ୍ତମାନ ବର୍ଷା ହେବା ଯୋଗୁ ବାୟୁର ଗୁଣବତ୍ତା ୪୫୦ରୁ କମି ୩୦୦ହୋଇଯାଇଛି। ତେଣୁ ୧୩ନଭେମ୍ବରରୁ ୨୦ନଭେମ୍ବର ଯାଏଁ ଅଡ୍‌-ଇଭିନ୍‌ ଲାଗୁ କରାଯିବା ନିଷ୍ପତ୍ତିକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଉଛି।

Share