ରଘୁନାଥଙ୍କ ପାଇଁ ଅଡୁଆ ଏକାଧିକ ଆଶାୟୀ

ଜଗତ୍‌ସିଂହପୁର,୨୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜେଡି ରାଜନୀତି ପୂରାପୂରି ଗୋଳିଆ ହୋଇଯାଇଛି। ଗତ ଜାନୁଆରୀରେ ବିଜେଡି ବିଶୃଙ୍ଖଳା ନେଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରଘୁନନ୍ଦନ ଦାସ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ ସିଧାସଳଖ ପୂର୍ବତନ ବାଲିକୁଦା-ଏରସମା ବିଧାୟକ ତଥା ବର୍ତ୍ତମାନର ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ସାଂଘାତିକ ଅଭିଯୋଗ ଆଣିଥିଲେ। ସେ କହିଥିଲେ, ୨୦୦୪ ପରି ଏବେ ଦଳରେ ଅଧିକ ସଂଖ୍ୟକ ଆଶାୟୀ ସୃଷ୍ଟି କରି ତା’ର ଫାଇଦା ନେବା ପାଇଁ ଚକ୍ରାନ୍ତ ଚାଲିଛି। ୨୦୧୯ ସାଧାରଣ ନିର୍ବାଚନ ସମୟରେ ଜଣେ ଦଳୀୟ ମହିଳା ନେପଥ୍ୟରେ ରହି ଭୋଟ ବ୍ୟାଙ୍କ ପ୍ରଭାବିତ ପାଇଁ ଅନେକ କିଛି କରିଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ଆଉ ସମ୍ଭାଳି ପାରି ନ ଥିଲେ। ସେ ଖୋଲାଖୋଲି ବାହାରି ଆସି ଦଳୀୟ ଜିଲା ପରିଷଦ ପ୍ରାର୍ଥୀଙ୍କୁ ବିରୋଧ କରିଥିଲେ। ଏଥର ଦଳୀୟ ଟିକେଟ ଲବିରେ ଥିବା ସଞ୍ଜୀବ ବିଶ୍ୱାଳଙ୍କ ଆଡକୁ ଅଙ୍ଗୁଳି ଉଠାଇ ରଘୁନନ୍ଦନ କହିଥିଲେ, କିଛି ମାସ ତଳେ ସେ ହଠାତ୍‌ ନିର୍ବାଚନ ମଣ୍ଡଳୀରେ ଆବିର୍ଭାବ ହୋଇ ନିଜକୁ ସାମାଜିକ କର୍ମୀ କହି ଟିକେଟ ଲବି ଆରମ୍ଭ କରି ଦେଇଛନ୍ତି। ଏହାର ପୃଷ୍ଠ ଭୂମିରେ ମଧ୍ୟ ପ୍ରଶାନ୍ତ ଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ଦଳରେ ଏଭଳି ଗୋଳିଆ ସ୍ଥିତି ସୃଷ୍ଟି କରି ପ୍ରଶାନ୍ତ ଏହି ଆସନରୁ ଟିକେଟ ପାଇଁ ପରୋକ୍ଷରେ ଖସଡ଼ା ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଏଥିରେ ସେ ଆଦୌ ବିଚଳିତ ନୁହନ୍ତି ବୋଲି ରଘୁନନ୍ଦନ କହିଛନ୍ତି। ଅନ୍ୟପଟେ ୨ ଦିନ ମଧ୍ୟରେ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨ ଜଣ ଯୁବକ ବିଜେଡି ଟିକେଟ ପାଇଁ ଭୁବନେଶ୍ୱର ଗଲେଣି। ରବିବାର ଜିଲା ଯୁବ ବିଜେଡି ସଭାପତି ସୌମ୍ୟଜିତ ମହାପାତ୍ର ତାଙ୍କ ସମର୍ଥକମାନଙ୍କ ସହ ନବୀନ ନିବାସ ଯାଇ ସେ ଏହି ଆସନରୁ ଦଳୀୟ ପ୍ରାର୍ଥୀ ହେବା ପାଇଁ ଦରଖାସ୍ତ ଓ ବାୟୋଡାଟା ଦାଖଲ କରିଥିଲେ। ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ସୋମବାର ସଞ୍ଜୀବ ତାଙ୍କ ସମର୍ଥକମାନଙ୍କ ସହ ନବୀନ ନିବାସ ଆଗରେ ପ୍ରାର୍ଥୀ ହେବା ପାଇଁ ହୋହଲ୍ଲା କରିଛନ୍ତି। ଏପରି କି ବିଧାୟକ ରଘୁନନ୍ଦନଙ୍କ ବିରୋଧରେ ସଞ୍ଜୀବଙ୍କ ସମର୍ଥକମାନେ ବିଷୋଦାଗାର କରିବାକୁ ପଛାଇ ନାହାନ୍ତି। ଏମାନଙ୍କ ବାଦ ବିଜେଡି ସାଧାରଣ ସମ୍ପାଦକ, କାଳିଆ ଯୋଜନା ଉପଦେଷ୍ଟା ତଥା ଜିଲା ଯୋଜନା କମିଟି ଏକ୍ସପର୍ଟ ସଭ୍ୟ ସାରଦା ଜେନା, ପୀତବାସ ଗୋଚ୍ଛାୟତ ଓ ଶିଖା ଉମେଶ ସ୍ବାଇଁ ପ୍ରମୁଖ ଟିକେଟ ଦୌଡରେ ଅଛନ୍ତି। ଏ ପରିସ୍ଥିତିରେ ଦଳ କାହା ଉପରେ ଆସ୍ଥା ପ୍ରକଟ କରୁଛି ତାହା ଦେଖିବାକୁ ବାକି ରହିଲା।
ପ୍ରକାଶଯୋଗ୍ୟ, ୨ ମାସ ପୂର୍ବରୁ ରଘୁନନ୍ଦନ ଧରିତ୍ରୀକୁ ବୟାନ ଦେଇ କହିଥିଲେ, ଏହି ୫ ବର୍ଷ ହେବ ନିର୍ବାଚନ ମଣ୍ଡଳୀରେ ବିଜେଡି ସଙ୍ଗଠନରେ ବିଶୃଙ୍ଖଳା ସୃଷ୍ଟି ପାଇଁ ଉସୁକାଯିବା ସହ ତାଙ୍କୁ ଅପମାନିତ କରିବା ଲାଗି ବାରମ୍ବାର ଚେଷ୍ଟା କରାଯାଇଛି। ଦୀର୍ଘ ୪୦ ବର୍ଷ ହେଲା ସେ ଲୋକଙ୍କ ସାଥୀରେ ଥିଲେ ଓ ରହିଛନ୍ତି। କ୍ଷମତା ପାଇଁ କେବେସାଲିସ କରିନାହାନ୍ତି। କିନ୍ତୁ ତାଙ୍କୁ ଲଜ୍ଜିତ କରିବା ପାଇଁ ଯେଉଁ ପ୍ରକାର ଚକ୍ରାନ୍ତ ଚାଲିଛି ତାହା ଅତ୍ୟନ୍ତ ଦୁଃଖଦାୟକ। ଏ ସମ୍ପର୍କରେ ସେ ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଅତୀତ କଥା ବଖାଣି ଏକଥା ମଧ୍ୟ କହିଥିଲେ, ୨୦୦୦ ନିର୍ବାଚନରେ ନବୀନ ପଟ୍ଟନାୟକ ତାଙ୍କୁ ବାଲିକୁଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ଟିକେଟ୍‌ରେ ପ୍ରାର୍ଥୀ କରିଥିଲେ। କମ୍‌ ଭୋଟ ବ୍ୟବଧାନରେ ହାରି ଯାଇଥିଲେ। କିନ୍ତୁ ୨୦୦୪ରେ ଟିକେଟ ଦିଆଯାଇ ନ ଥିଲା। ସେ କିପରି ଟିକେଟ୍‌ ନ ପାଇବେ ସେନେଇ ସେତେବେଳେ ଚକ୍ରାନ୍ତ ହୋଇଥିଲା। ଏ ପରିସ୍ଥିତିରେ ସେ ସ୍ବାଧୀନ ପ୍ରାର୍ଥୀ ହୋଇ ନିଜ ସାମର୍ଥ୍ୟରେ ୩୯,୫୨୦ ଖଣ୍ଡ ଭୋଟ୍‌ ପାଇଥିଲେ। ୨୦୧୪ରେ ମଧ୍ୟ ଅନୁରୂପସ୍ଥିତି ସୃଷ୍ଟି ହେବାରୁ ପୁଣିଥରେ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ। ପରେ ଭାଜପାରେ ଯୋଗ ଦେଇଥିଲେ ସୁଦ୍ଧା ୨୦୧୯ରେ ଘର ବାହୁଡ଼ି ବିଜେଡି ଟିକେଟ୍‌ ପାଇଥିଲେ। ଜିତିଲା ପରେ ବିଧାୟକ ହେବେ ବୋଲି ଜାଣିଥିଲେ। କିନ୍ତୁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ମନ୍ତ୍ରୀ ପଦ ଦେଇଥିଲା। ଯେଉଁଥିପାଇଁ ସେ ଦଳ ପାଖରେ କୃତଜ୍ଞ। ବାସ୍ତବ କଥା ହେଲା ଏହି ନିର୍ବାଚନରେ ସେ ୧,୨୫,୦୦୦ରୁ ଅଧିକ ଭୋଟ ପାଇବେ ବୋଲି ଆଶା ରଖିଥିଲେ। କିନ୍ତୁ ମିଳିଥିଲା ୧,୦୩,୮୧୪। ସେତେବେଳେ ଶୁଣାଯାଇଥିଲା ଯେ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ର (ଜିତୁ)ଙ୍କ ସହ ପ୍ରଶାନ୍ତଙ୍କ ଗୁପ୍ତ ବୁଝାମଣା ହୋଇଥିଲା। ଯେଉଁ କାରଣରୁ ଜିତୁଙ୍କୁ ପୂର୍ବ ନିର୍ବାଚନ ତୁଳନାରେ ଅଧିକ ୧୦ ହଜାର ଭୋଟ ମିଳିଥିଲା। ଏବେ ୨୦୦୪ ପରି ଦଳରେ ଅଧିକ ସଂଖ୍ୟକ ଆଶାୟୀ ସୃଷ୍ଟି କରାଯାଇ ତା’ର ଫାଇଦା ନେବାକୁ ଚକ୍ରାନ୍ତ ଚାଲିଛି। ମୋଟାମୋଟି ଭାବେ ତାଙ୍କ ବିରୋଧରେ ପ୍ରାୟୋଜିତ ନାଟକ ଚାଲିଥିବା ରଘୁନନ୍ଦନ କହିଥିଲେ। ଏ ସମ୍ପର୍କରେ ପ୍ରଶାନ୍ତ କହିଛନ୍ତି, ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ। ତେଣୁ ଲୋକ ସମ୍ପର୍କ ଅଛି। କିନ୍ତୁ ସେ ଦଳରେ ବିଭ୍ରାଟ କରୁନାହାନ୍ତି। ଯଦି ଦଳ ତାଙ୍କୁ ଏହି ଆସନ କିମ୍ବା ଜଗତ୍‌ସିଂହପୁରରୁ ପ୍ରାର୍ଥୀ କରିବ ସେ ଛିଡ଼ା ହେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri