ଡ୍ରୋନ ଆକ୍ରମଣ ପରେ ଅନ୍ଧାରରେ ବୁଡ଼ିଲା ୟୁକେନର ଓଡେସା ସହର, କାଠ ମୂଲ୍ୟ ଆକାଶ ଛୁଆଁ…

କ୍ୱିଭ,୧୧।୧୨ : ବିଦ୍ୟୁତ ଉତ୍ପାଦନ ପ୍ରଣାଳୀ ଉପରେ ରୁଷିାର ଡ୍ରୋନ ଆକ୍ରମଣ ପରେ ୟୁକ୍ରେନର ଅନେକ ସହର ଅନ୍ଧକାରରେ ବୁଡ଼ିଯାଇଛି। କିନ୍ତୁ ଏହି ସହରଗୁଡିକ ମଧ୍ୟରୁ ସବୁଠାରୁ ଅଧିକ ପ୍ରଭାବିତ ହେଉଛି ଓଡେସା ସହର ଯେଉଁଠାରେ ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ଲଣ୍ଠନ ଜାଳିବାକୁ ପଡିବ। ହାଡ଼ ଥରା ଶୀତରେ ଏହି ପ୍ରକାର ଶକ୍ତି ବିଫଳତା ଲୋକଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଛି । ବିଦ୍ୟୁତ ବିଫଳତା ଯୋଗୁଁ ପିଇବା ପାଣିର ଅଭାବ ବ୍ୟତୀତ ଖାଦ୍ୟ ସାମଗ୍ରୀର ଉତ୍ପାଦନ ମଧ୍ୟ ବନ୍ଦ ହୋଇଯାଇଛି।

ଅନେକ ଲୋକଙ୍କୁ ଅନ୍ୟ ସହରରୁ ଖାଦ୍ୟ ଯୋଗାଇ ଦିଆଯାଉଛି। ଅନେକ ଲୋକଙ୍କ ବ୍ୟବସାୟ ନଷ୍ଟ ହୋଇଯାଇଛି । ବିଶେଷକରି ଘର ଗରମ କରିବା ପାଇ ଲୋକେ ବିଦ୍ୟୁତର ସହାୟତା ନେଇଥାନ୍ତି। ମାତ୍ର ଏବେ ଲୋକମାନେ ଥଣ୍ଡାରେ ରହିବାକୁ ବାଧ୍ୟ ହେଉଛନ୍ତି। ଏଥି ସହିତ ବିଦ୍ୟୁତ ଅଭାବ ଯୋଗୁ କାଠର ମୂଲ୍ୟ ଆକାଶ ଛୁଆଁ ହୋଇଛି।

ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନେସ୍କି କହିଛନ୍ତି ଯେ ବିଦ୍ୟୁତ ବ୍ୟବସ୍ଥା ସ୍ବାଭାବିକ କରିବା ଲାଗି ବହୁଦିନ ଲାଗିବାର ଆଶଙ୍କା ରହିଛି।

Share