ଏକଦିବସୀୟ କ୍ରିକେଟ: ପୁଲସଖଣ୍ଡ ଚାମ୍ପିୟନ

ଦେଓଗାଁ,୧୪ା୧୨(ଡି.ଏନ.ଏ.)  ବଲାଙ୍ଗୀର ଜିଲା ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ଦେଓଗାଁ ନେହେରୁ ଖେଳ ପଡିଆରେ ରବିବାର ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ା ଶିରିଶ ଓ ପୁଲସଖଣ୍ଡ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା ା ଶିରିଶ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪ ଓଭରରେ ୩୦ରନ କରିଥିଲା ା ଜବାବରେ ପୁଲସଖଣ୍ଡ ଦଳ ମଧ୍ୟ ୩୦ରନ କରିବାରୁ ଖେଳ ଟାଇ ହୋଇଥିଲା ା ଏଣୁ ସୁପରଓଭରର ସହାୟତା ନିଆଯାଇଥିଲା ା ଏଥିରେ ପୁଲସଖଣ୍ଡ ଦଳ ୧୬ରନ କରିଥିବା ବେଳେ ଶିରିଶ ଦଳ ମାତ୍ର ୩ ରନ କରି ପରାଜୟ ବରଣ କରିଥିଲା ା ଦଳ ପକ୍ଷରୁ କାର୍ତ୍ତିକ ୧୬ରନ କରି ଦଳକୁ ବିଜୟୀ କରାଇଥିଲେ ା ଫାଇନାଳ ଖେଳକୁ ସପନ ଅଗ୍ରୱାଲ ଓ ରାଜା ନାଗ ପରିଚାଳନା କରିଥିଲେ। ଟୁର୍ନାମେଣ୍ଟରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ ା ସପନ ଅଗ୍ରୱାଲଙ୍କ ପରିଚାଳନାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ଦେଓଗାଁ ଗ୍ରାମ୍ୟ ଉନ୍ନୟନ କମିଟି ସମ୍ପାଦକ କୃଷ୍ଣ ପ୍ରସାଦ ପାଣିଗ୍ରାହୀ, କ୍ରୀଡାବିତ୍‌ ଲଳିତ କୁମାର ମହାନନ୍ଦ ପ୍ରମୁଖ ଯୋଗଦେଇ ଚାମ୍ପିୟନ ଓ ରନର୍ସ ଅପ ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ ା ଟୁର୍ନାମେଣ୍ଟର ସଫଳ ସମାପନରେ ଅନନ୍ତ ମଲ୍ଲିକ, ବାଦଳ ଅଗ୍ରୱାଲ, ସୁନୀଲ କର୍ତ୍ତି, ସଞ୍ଜୁ ବିଶି ପ୍ରମୁଖ ସହଯୋଗ କରିଥିଲେ ା