Categories: ଖେଳ

ଭାରତ-ପାକ୍‌ ମ୍ୟାଚରେ ପରିବର୍ତ୍ତନ ହେବା ନେଇ ଆସିଲା ଜୟ ଶାହାଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୭।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପର ସରକାରୀ କାର୍ଯ୍ୟସୂଚୀ ଘୋଷଣା କରିସାରିଛି।୫ ଅକ୍ଟୋବରରୁ ଏହି ମେଗା ଇଭେଣ୍ଟର କାର୍ଯ୍ୟକ୍ରମରେ ବର୍ତ୍ତମାନ କିଛି ପରିବର୍ତ୍ତନ ଖବର ଆସୁଛ। ଏ ସମ୍ପର୍କରେ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)ର ସଚିବ ଜୟ ଶାହା ଏକ ବଡ଼ ବିବୃତ୍ତି ଦେଇ କହିଛନ୍ତି, ୨-୩ କ୍ରିକେଟ ବୋର୍ଡ କାର୍ଯ୍ୟସୂଚୀରେ ପରିବର୍ତ୍ତନ ବିଷୟରେ କହିଛି ଏବଂ ଏହାକୁ ନେଇ ଖୁବ୍‌ଶୀଘ୍ର ଘୋଷଣା କରାଯିବ।

 

Share