Categories: ଖେଳ

ଆଜି ପ୍ରକାଶ ପାଇପାରେ ଦିନିକିଆ କ୍ରିକେଟ ବିଶ୍ୱକପ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୧୩।୬: ଚଳିତ ବର୍ଷ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୩ର ଅଫିସିଆଲ କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇିନାହିଁ। ବର୍ତ୍ତମାନ ଟୁର୍ନାମେଣ୍ଟର ସମ୍ଭାବ୍ୟ କାର୍ଯ୍ୟସୂଚୀ ପ୍ରକାଶ ପାଇଛି, ଯେଉଁଥିରେ କୁହାଯାଇଥିଲା ଯେ ଅକ୍ଟୋବର ୧୫ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବଡ଼ ମ୍ୟାଚ ଦେଖିବାକୁ ମିଳିବ। ଏଥି ସହିତ, ସମ୍ଭାବ୍ୟ କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୫ରୁ ଟୁର୍ନାମେଣ୍ଟ ଆରମ୍ଭ ହେବ ଏବଂ ପ୍ରଥମ ମ୍ୟାଚ ଇଂଲଣ୍ଡ ବନାମ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ।

ତଥାପି, ଆଜି ଅର୍ଥାତ୍‌ ଜୁନ ୧୩ରେ ଦିନିକିଆ ବିଶ୍ୱକପ ୨୦୨୩ କାର୍ଯ୍ୟସୂଚୀ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇପାରେ। କେତେକ ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନ କ୍ରିକେଟ ବୋର୍ଡ ଯୋଗୁଁ ବିଶ୍ୱକପର କାର୍ଯ୍ୟସୂଚୀ ପ୍ରକାଶ କରିବାରେ ବିଳମ୍ବ ହେଉଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ବିଶ୍ୱକପ ପାଇଁ ପାକିସ୍ତାନ ଭାରତ ଗସ୍ତ କରିବାକୁ ପ୍ରସ୍ତୁତ ନୁହେଁ, କିନ୍ତୁ ବର୍ତ୍ତମାନ ପ୍ରସ୍ତୁତ ଥିବା ଜଣାପଡିଛି।

ଏସିଆ କପ ୨୦୨୩ ପାଇଁ ହାଇବ୍ରିଡ ମଡେଲ ପରେ ପାକିସ୍ତାନ ଭାରତ ଆସିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍‌ ଯଦି ଏସୀୟ କ୍ରିକେଟ ପରିଷଦ ପାକିସ୍ତାନର ହାଇବ୍ରିଡ ମଡେଲ ଗ୍ରହଣ କରେ, ତେବେ ପାକ୍‌ ଦଳ ବିଶ୍ୱକପ ପାଇଁ ଭାରତ ଆସିବ। ତେବେ ରିପୋର୍ଟ ଅନୁଯାୟୀ ସବୁକିଛି ଠିକ୍‌ ଚାଲିଛି। ଏହି କାରଣରୁ ଆଜି ବିଶ୍ୱକପ୍ର କାର୍ଯ୍ୟସୂଚୀ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି।

Share