Categories: ଖେଳ

ବିଶ୍ୱକପରେ ଟିମ ଇଣ୍ଡିଆର ନୂଆ କାର୍ଯ୍ୟସୂଚୀ, ଜାଣନ୍ତୁ କେବେ, କାହା ସହିତ ହେବ ମୁକାବିଲା

ନୂଆଦିଲ୍ଲୀ,୧୧।୮: କ୍ରିକେଟର ସବୁଠାରୁ ବଡ ମହାକମ୍ଭ ଅର୍ଥାତ୍‌ ଦିନିକିଆ ବିଶ୍ୱକପ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଖେଳାଯିବ। ବର୍ତ୍ତମାନ ବିଶ୍ୱକପ ଆରମ୍ଭ ପାଇଁ ପ୍ରାୟ ୫୦ ଦିନ ବାକି ଅଛି। ବିଶ୍ୱକପ୍ର ପ୍ରଥମ ମ୍ୟାଚ ୫ ଅକ୍ଟୋବରରେ ଖେଳାଯିବ। ଏଥି ସହିତ ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ ୮ ଅକ୍ଟୋବରରେ ଖେଳିବ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ମୋଟ ୯ଟି ମ୍ୟାଚ ଖେଳିବ। ତେବେ ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର କାର୍ଯ୍ୟସୂଚୀ କ’ଣ ଜାଣନ୍ତୁ।

ଅକ୍ଟୋବର ୧୨ରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବ, ଅକ୍ଟୋବର ୧୩ରେ ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ ଦଳ ମୁହାଁମୁହିଁ ହେବେ। ଦୁଇ ଦଳ ମଧ୍ୟରେ ମ୍ୟାଚ ଭାରତୀୟ ସମୟାନୁଯାୟୀ, ଅପରାହ୍ନ ୨ଟାରୁ ଆରମ୍ଭ ହେବ। ଅକ୍ଟୋବର ୧୪ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ଅପରାହ୍ନ ୨ଟାରୁ ଖେଳାଯିବ। ସେହିପରି ଇଂଲଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଅକ୍ଟୋବର ୧୫ରେ ଖେଳାଯିବ।

ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ ୧୧ନଭେମ୍ବରରେ ପୂର୍ବାହ୍ନ ୧୦.୩୦ରେ ଖେଳାଯିବ। ଏହି ଦିନ ଅର୍ଥାତ୍‌ ୧୧ ନଭେମ୍ବରରେ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ହେବ। ଏହି ମ୍ୟାଚ ଅପରାହ୍ନ ୨ଟାରୁ ଖେଳାଯିବ। ଏହା ବ୍ୟତୀତ ନଭେମ୍ବର ୧୨ ରେ ଭାରତୀୟ ଦଳ ସାମ୍ନାରେ ନେଦରଲ୍ୟାଣ୍ଡର ଆହ୍ବାନ ହେବ। ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୨ଟାରୁ ଖେଳାଯିବ।

Share