Categories: ଖେଳ

ବିଶ୍ୱକପ୍‌ ୨୦୨୩: ଅଗଷ୍ଟ ୨୫ରୁ ଅନ୍‌ଲାଇନ୍‌ରେ ମିଳିବ ଟିକେଟ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୮: କ୍ରିକେଟ ବିଶ୍ୱକପ୍‌ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେବ। ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳାଯିବ। ତେବେ ଏହି ଟୁର୍ନାମେଣ୍ଟ ପାଇଁ ଅନଲାଇନ ଟିକେଟ ବିକ୍ରି ଅଗଷ୍ଟ ୨୫ରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ତେବେ ଆଇସିସି ବିଶ୍ୱକପ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛି। ଭାରତ-ପାକିସ୍ତାନ ମ୍ୟାଚ ବ୍ୟତୀତ ମୋଟ ୮ ଟି ମ୍ୟାଚ୍‌ ପୂର୍ବରୁ ସ୍ଥିର ହୋଇଥିବା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ପରେ ଆଇସିସି ଟିକେଟ ବିକ୍ରିର ଅନ୍ତିମ ତାରିଖ ଘୋଷଣା କରିଛି।
ବିଶ୍ୱକପ ପାଇଁ ଅନଲାଇନ ଟିକେଟ କେବେ ଉପଲବ୍ଧ ହେବ?
ବିଶ୍ୱକପ୍‌ର ଲିଗ୍‌ ମ୍ୟାଚ ପାଇଁ ଟିକେଟ ଅଗଷ୍ଟ ୨୫ରୁ ଅନଲାଇନ୍‌ରେ ଉପଲବ୍ଧ ହେବ। ପ୍ରଶଂସକମାନେ ସେପ୍ଟେମ୍ବର ୧୫ରୁ ଅନ୍‌ଲାଇନ୍‌ରେ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ପାଇଁ ଟିକେଟ କିଣିବାକୁ ସକ୍ଷମ ହେବେ।
କ୍ରିକେଟ ପ୍ରଶଂସକମାନେ ଆଇସିସି ୱେବସାଇଟରୁ ଅନଲାଇନରେ ଟିକେଟ କିଣିପାରିବେ।
ସୂଚନାଯୋଗ୍ୟ, ଅନ୍‌ଲାଇନ୍‌ରେ ଅଗଷ୍ଟ ୨୫ରୁ ଟିକେଟ ବିକ୍ରି ଆରମ୍ଭ ହେବ। କିନ୍ତୁ ପ୍ରଶଂସକମାନେ ସେପ୍ଟେମ୍ବର ୧୫ରୁ ଫାଇନାଲ ଏବଂ ସେମିଫାଇନାଲ ମ୍ୟାଚ ପାଇଁ ଟିକେଟ କିଣିପାରିବେ। ଅନଲାଇନ ଟିକେଟ ବ୍ୟତୀତ ଅଫଲାଇନ ଟିକେଟ ପ୍ରାୟ ୭-୮ ସେଣ୍ଟରରେ ଉପଲବ୍ଧ ହେବ। ଏହି ଉପାୟରେ କ୍ରିକେଟ ପ୍ରଶଂସକମାନେ ଅନଲାଇନ୍‌ ଟିକେଟ ବ୍ୟତୀତ ଅଫଲାଇନ ଟିକେଟ କିଣିପାରିବେ। ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ତେବେ ଅନ୍‌ଲାଇନ୍‌ ଟିକେଟ ବ୍ୟତୀତ ପ୍ରଶଂସକମାନେ ଷ୍ଟାଡିୟମରେ ପ୍ରବେଶ କରିବା ସମୟରେ ସେମାନଙ୍କ ସହିତ ଅଫଲାଇନ୍‌ ଟିକେଟ ରଖିବା ବାଧ୍ୟତାମୂଳକ ହେବ।
Share