Advertisement

ଆଉ ନାହାନ୍ତି ବର୍ଷୀୟାନ ଅଭିନେତା ଅଜିତ ଦାସ

ଭୁବନେଶ୍ୱର,୧୩।୯(ବ୍ୟୁରୋ): ୨୦୨୦ କେବଳ ବଲିଉଡ୍‌ ପାଇଁ ନୁହେଁ ବରଂ ଓଲିଉଡ୍‌ ପାଇଁ କଳାବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। କିଛି ଦିନ ପୂର୍ବରୁ ବର୍ଷୀୟାନ୍‌ ଅଭିନେତା ବିଜୟ ମହାନ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ରବିବାର ଅଜିତ ଦାସ ପରପାରିକୁ ଚାଲିଯାଇଥିବା ସୂଚନା ମିଳିଛି। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସିନ୍ଦୂରବିନ୍ଦୁ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିବା ଅଜିତ ୬୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମ ସହ ସେ ନାଟକ ଏବଂ ନିର୍ଦ୍ଦେଶନା କ୍ଷେତ୍ର ସହ ମଧ୍ୟ ଜଡ଼ିତ ଥିଲେ। ତାଙ୍କ ନିଧନ ଖବର ଓଲିଉଡ୍‌ଜଗତରେ ଶୋକର ଛାୟା ସୃଷ୍ଟି କରିଛି। ତେବେ କରୋନାରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share