ଅଭିନେତା ଦୀପକଙ୍କ ଅଭିନୀତ ତିନୋଟି ସିନେମା ପରଦା ଉପରକୁ ଆସିବାକୁ ପ୍ରସ୍ତୁତ ହୋଇ ରହିଛି। ପୁଣି ଏପରି ସଂଯୋଗ ତିନୋଟି ସିନେମାର ନିର୍ଦ୍ଦେଶକ ଜଣେ। ସେ ହେଉଛନ୍ତି କୋରିଓଗ୍ରାଫର-କମ୍-ଡାଇରେକ୍ଟର ସୁଧାକର ବସନ୍ତ। ‘ଏଇ ବୋଧେ ଭଲ ପାଇବା’ରେ ତାଙ୍କ ନାୟିକା ସାଜିଛନ୍ତି ଅନୁଭା ସୌର୍ଯ୍ୟା। ଏହାବ୍ୟତୀତ ‘ଧଡକନ୍ରେ ତୁ’ ଚିତ୍ରରେ ତାଙ୍କ ଅପୋଜିଟ୍ରେ ଅଛନ୍ତି ସସ୍ମିତା। ବେଶ୍ କେତୋଟି ସିନେମାରେ ନାୟକ ସାଜିବା ପରେ ଏବେ ଦୀପକ ଆଉ ଏକ କ୍ଷେତ୍ରରେ ପାଦ ଥାପିଛନ୍ତି। ତାହା ହେଲା ପ୍ରଯୋଜନା। ହୋମ୍ ବ୍ୟାନର ତନୁଜା ସିନେ ପ୍ରଡକ୍ସନରେ ପ୍ରସ୍ତୁତ ‘ପଲ୍ ପଲ୍ ତତେ ଚାହେଁ’ର ସେ ପ୍ରଯୋଜନା କରିବା ସହ ତାହାର ନାୟକ ସାଜିଛନ୍ତି। ଏଥିରେ ଫିମେଲ୍ ଲିଡ୍ରେ ଅଛନ୍ତି ନବାଗତା ପ୍ରାଚୀ ଚୌଧୁରୀ। ଏ ସମ୍ପର୍କରେ ଦୀପକ କହନ୍ତି, ‘ସତ କଥା କହିବାକୁ ଗଲେ ମାଷ୍ଟରଜୀ (ସୁଧାକର ବସନ୍ତ)ଙ୍କ ସହ କାମ କରିବାର ଚାର୍ମ ଅଲଗା। ଏହି ତିନୋଟି ସିନେମାକୁ ଦର୍ଶକ ଗ୍ରହଣ କରିବେ ବୋଲି ମୋର ଆଶା ରହିଛି।’ ଦୀପକଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ମନ ମୋର ପ୍ରଜାପତି’ ଏବଂ ସୁଧାକରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ଥିଲା ‘ମିତରେ ମିତ’। ଖାସ୍ କଥା ହେଲା ଏହି ଫିଲ୍ମ ଦ୍ୱୟର ପ୍ରଯୋଜକ ଥିଲେ ଅନାମ ଚରଣ ସାହୁ।