ଓଡ଼ିଆ ଅସ୍ମିତା ଲାଗି ସରକାରଙ୍କ କଡ଼ା ଆଭିମୁଖ୍ୟ: ବିଭାଗୀୟ ସଚିବଙ୍କ ଅଡୁଆ…

ଭୁବନେଶ୍ୱର,୨୮।୭:  ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ନିର୍ବାଚନୀ ସଫଳତା ପାଇଥିବା ଭାଜପା  ସରକାରଙ୍କ କଡ଼ା ଆଭିମୁଖ୍ୟ ଯୋଗୁ ଏବେ ବିଭାଗୀୟ ସଚିବଙ୍କ ଅଡୁଆ ବଢ଼ିବାରେ ଲାଗିଛି । ସମସ୍ତ ବିଭାଗର ନଥିପତ୍ର କାର୍ଯ୍ୟ ଓଡ଼ିଆ ଭାଷାରେ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦେଇଥିବା ନିର୍ଦ୍ଦେଶକୁ ପାଳନ ପାଇଁ କି ପଦକ୍ଷେପ ନିଆଯାଇଛି ତାହା ୨୯ତାରିଖ ସୁଦ୍ଧା ଜଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ବିଭାଗୀୟ ସଚିବମାନଙ୍କୁ ରିପୋର୍ଟ ମଗାଯାଇଛି । ଆଉ ମୁଖ୍ୟମନ୍ତ୍ରୀଙ୍କ ଏଭଳି କଡ଼ା ଆଭିମୁଖ୍ୟ ପରେ ବିଭିନ୍ନ ବିଭାଗ ପକ୍ଷରୁ ଓଡ଼ିଆ ଭାଷାରେ ନଥିପତ୍ର ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି ହେବାରେ ଲାଗିଛି ।
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଗତ ୨୫ତାରିଖରେ ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି କହିଛନ୍ତି ଯେ, ଓଡ଼ିଆ ଭାଷାରେ ବିଭାଗର ନଥିପତ୍ର କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସରକାରୀସ୍ତରରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ଓ ସୁଗମ କରିବା ପାଇଁ ଉପଯୁକ୍ତ ଜ୍ଞାନକୌଶଳ ପ୍ରୟୋଗ ନିମନ୍ତେ ବ୍ୟବସ୍ଥା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ। ତେଣୁ ବିଭାଗ କେଉଁ ପଦକ୍ଷେପ ନେଇଛି ତାହା ୨୯ତାରିଖ ସୁଦ୍ଧା ଜଣାଇବାକୁ ସଚିବମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶ ଦେଇଛି ।

Enter your email to get our daily news in your inbox.

All Right Reserved By Dharitri.Com

ମହିଳା କମିଶନ ଭଙ୍ଗ କଲେ ସରକାର

ଭୁବନେଶ୍ୱର,୨୩ା୧୦: ରାଜ୍ୟ ସରକାର ବୁଧବାର ମହିଳା କମିଶନ ଭଙ୍ଗ କରିଛନ୍ତି। ସରକାର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଦାୟିତ୍ୱରୁ ହଟାଇବା ସହ ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ...

ଓଡ଼ିଶା ରେଞ୍ଜକୁ ପସିଲା ବାତ୍ୟା! ରାତିରେ ୧୦୦ ଛୁଇଁବ ପବନ, ମାଡି ଆସିବ ଜୁଆର…

ଭୁବନେଶ୍ୱର,୨୩।୧୦: ଭୀଷଣ ବେଗରେ ସ୍ଥଳଭାଗଆଡକୁ ମାଡି ଆସୁଛି ବାତ୍ୟା ‘ଦାନା’। ଘଣ୍ଟାପ୍ରତି ୧୨ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ବାତ୍ୟା ଗତି କରୁଛି। ଏହା...

ଶିଶୁଭବନ ଅନ୍ଧାର, ଗରମରେ ଛଟପଟ ହେଲେ ଶିଶୁରୋଗୀ

କଟକ,୨୩ା୧୦(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଶିଶୁଭବନ ପୁରୁଣା ବିଲ୍ଡିଂରେ ଲାଇନ ନ ଥିବାରୁ କିଛି ସମୟ ଧରି ଅନ୍ଧାର ରହିଥିଲା। ଅନ୍ଧାରରେ ଶିଶୁରୋଗୀ ଓ ଅଭିଭାବକ ନାହିଁ...

ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି: ଚଳିତ ବର୍ଷ କିଣାଯିବ ଏତିକି କୁଇଣ୍ଟାଲ ଧାନ

ଭୁବନେଶ୍ୱର,୨୩।୧୦: ଖରିଫ ବିପଣନ ବର୍ଷ (ଧାନ ସଂଗ୍ରହ ବର୍ଷ), ୨୦୨୪-୨୫ ଅକ୍ଟୋବର ୧, ୨୦୨୪ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦, ୨୦୨୫ ରେ ସମାପ୍ତ...

‘ଦାନା’ ଯୋଗୁ ରାଜ୍ୟର ୪ଟି ଜିଲା ଅଧିକ ପ୍ରଭାବିତ ହେବା ଆଶଙ୍କା

ଭୁବନେଶ୍ୱର,୨୩।୧୦: ବାତ୍ୟା ‘ଦାନା’ର ପ୍ରଭାବରେ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବିଭିନ୍ନ ଇଲରେ ଭୀଷଣ ପବନ ସହିତ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ...

ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ଲାଲ୍‌ବାହିନୀରେ ରହି କରୁଥିଲେ…

ଭବାନୀପାଟଣା,୨୩।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ଦେବୀ ସୋରୀ ଓରଫ ଗୀତା ହୋଇଥିବାବେଳେ ସେ...

ଭୀଷଣ ବାତ୍ୟା ରୂପ ନେଇ ମାଡ଼ିଆସୁଛି ‘ଦାନା’, ସତର୍କ ସୂଚନା ଜାରି

ଭୋଗରାଇ,୨୩ା୧୦(ପ୍ରଦୀପ ଦାସ): ପୂର୍ବ ମଧ୍ୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ‘ଦାନା’ ନାମିତ ସାମୁଦ୍ରିକ ଝଡ଼ ଅତି ଭୀଷଣ ବାତ୍ୟା ରୂପନେଇ ପଶ୍ଚିମ ଉତ୍ତର ଦିଗକୁ ଅଗ୍ରସର ହେଉଥିବା...

‘ଦାନା’ ପାଇଁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର,୨୩।୧୦: ବେଳକୁ ବେଳ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାକୁ ନେଇ ରାଜ୍ୟର ଉପକୂଳିଆ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ଏହାକୁ ଦୃଷ୍ଟିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri