ଆଣ୍ଡାମାନରେ ନାଁ ରଖିଲେ ଓଡ଼ିଆ ପୁଅ ରାମପ୍ରସାଦ

ଭୁବନେଶ୍ୱର,୨।୪(ବ୍ୟୁରୋ): ଅଣ୍ଡାମାନରେ ଜଣେ ଓଡ଼ିଆ ପୁଅ ଏବେ ଚର୍ଚ୍ଚାରେ। ଜଣେ ସଫଳ ଉଦ୍ୟୋଗପତି ଭାବେ ପରିଚୟ ପାଇବା ସହ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ସେ ହେଉଛନ୍ତି ସୋନର ଗ୍ରୁପ୍‌ ଅଫ୍‌ କମ୍ପାନୀର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ରାମପ୍ରସାଦ ମୁଦୁଲି। ତାଙ୍କ ଘର ପୁରୁଣା ଭୁବନେଶ୍ୱରର ରାମେଶ୍ୱର ପାଟଣାରେ। ସେ ଆଣ୍ଡାମାନ ନିକୋବର ରାଜଧାନୀ ପୋର୍ଟବ୍ଲେୟାରଠାରେ ଏକ ନୂତନ ଯାତ୍ରୀବାହୀ ଜାହାଜ ତିଆରି କରିଛନ୍ତି। ଏହି ଅତ୍ୟାଧୁନିକ ଜାହାଜ ଦ୍ରୁତ ଗତିରେ ଚାଲିପାରିବ। ଉକ୍ତ ଜାହାଜଟି ବର୍ତ୍ତମାନ ୪ଟି ଦୀପପୁଞ୍ଜକୁ ଯାତ୍ରୀ ପରିବହନ କରିବ। ପୋର୍ଟବ୍ଲେୟାରଠାରେ ଏହାକୁ କେନ୍ଦ୍ର ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟ ଉଦ୍‌ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଏମ୍‌ପି ବିକାଶ ମାହାତମେ, କମ୍ପାନୀର ସିଇଓ ତଥା ସିଏମ୍‌ଡି ରାମ ପ୍ରସାଦ, ଶ୍ରୀଲିଙ୍କ୍‌ ଆଡଭେଞ୍ଚର ସଦସ୍ୟଙ୍କ ସମେତ ବହୁ ବଶିଷ୍ଟ ବ୍ୟକ୍ତି ଓ କମ୍ପାନୀର କର୍ମଚାରୀ ଉପସ୍ଥିତ ଥିଲେ। ଓଡ଼ିଆ ପୁଅ ଭାବେ ରାମ ପ୍ରସାଦ ସୁଦୂର ଆଣ୍ଡାମାନରେ ଏଭଳି ପ୍ରତିଷ୍ଠା ଲାଭ କରିଥିବାରୁ ସେଠାରେ ଥିବା ଓଡ଼ିଆମାନେ ତାଙ୍କୁ ନେଇ ଗର୍ବ ଅନୁଭବ କରୁଛନ୍ତି।

Share