ପ୍ରିୟେ ତୁ ମୋ ସିଏ

ପ୍ରେମ କେଉଁଠି, କେମିତି, କେତେବେଳେ ହୋଇଯାଏ ତାହା କଳ୍ପନା କରିବା କଷ୍ଟକର। ଜଣେ ଗରିବ ପୁଅ କିପରି ଧନୀ ଝିଅକୁ ଭଲ ପାଉଛି ଆଉ ଏହାର ଶେଷ ପରିଣତି କ’ଣ ହେଉଛି-ସେଭଳି ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ସିନେମା ‘ପ୍ରିୟେ ତୁ ମୋ ସିଏ’।
ଏଥିରେ ଅମ୍ଳାନ, ବବି ମିଶ୍ର, ଦିବ୍ୟା ଏବଂ ଏଲିନାଙ୍କୁ ଦେଖିବାକୁ ମିଳିବ। ଝିଲ୍ଲିକ ଭଟ୍ଟାଚାର୍ଯ୍ୟଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଧାଂଶୁ ମୋହନ ସାହୁ । ଗୀତଗୁଡିକୁ ସ୍ବର ଦେଇଛନ୍ତି ବୈଦନାଥ ଦାଶ। କାହାଣୀର ସ୍ବତନ୍ତ୍ରତା ହିଁ ଦର୍ଶକଙ୍କୁ ଆକୃଷ୍ଟ କରିବ। କାହାଣୀଟିକୁ ଠିକ୍‌ ଭାବରେ ଉପସ୍ଥାପନା କରିବାକୁ ଶତ ପ୍ରତିଶତ ଚେଷ୍ଟା କରାଯାଇଛି ବୋଲି କହନ୍ତି ଏହାର ପ୍ରଯୋଜିକା। ସିନେମାଟି ଖୁବ୍‌ ଶୀଘ୍ର ରିଲିଜ ହେବ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ୍‌ ହେଡ୍‌ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

Share