ଅଭ୍ୟାସ ବେଳେ ଭୟଙ୍କର ବିସ୍ଫୋରଣ: ରାଜସ୍ଥାନରେ ଓଡ଼ିଆ ଯବାନ ଶହୀଦ

ଭୁବନେଶ୍ୱର,୧୯।୧୨: ରାଜସ୍ଥାନରେ ଶହୀଦ ହେଲେ ଓଡ଼ିଆ ଯବାନ। ପୋଖରାନରେ ଫାୟାରିଂ ଅଭ୍ୟାସ ବେଳେ ଟ୍ୟାଙ୍କ୍‌ରେ ବିସ୍ଫୋରଣ ଘଟି ଜଣେ ଓଡିଆ ଯବାନ ଶହୀଦ ହୋଇଛନ୍ତି। ସେ ହେଲେ କୋରାପୁଟ ଜିଲା ବୈପାରୀଗୁଡା ଥାନା ଅନ୍ତର୍ଗତ କେନ୍ଦୁଗୁଡା ପଞ୍ଚାୟତ ବଡାଗୁଡା ଗ୍ରାମର ଈଶ୍ୱର ତଲିଆ(୩୪)। ସେ ୪୬ ଆର୍ମି ଆର୍ମଡରେଜିମେଣ୍ଟ ଜମ୍ମୁ ଅଧିନରେ ନିୟୋଜିତ ହୋଇଥିଲେ।

ଫାୟାରିଂ ଅଭ୍ୟାସ ପାଇଁ ସେ ରାଜସ୍ଥାନ ପୋଖରାନକୁ ଯାଇଥିଲେ। ବୁଧବାର ସକାଳେ ଫାୟାରିଂ ଅଭ୍ୟାସ ଚାଲୁଥିବା ବେଳେ ଟ୍ୟାଙ୍କରେ ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ଉତ୍ତରପ୍ରଦେଶର ଏସ୍‌ଡିଏମ୍‌ ଆଶୁତୋଷ ମିଶ୍ର ଓ ଆନ୍ଧ୍ର ପ୍ରଦେଶର ଏଲ୍‌ଡି ଜିତେନ୍ଦ୍ର କୁମାର ଶହୀଦ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଈଶ୍ୱରଙ୍କୁ ଚଣ୍ଡିଗଡ ଆର୍ମି ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶୁକ୍ରବାର ଇଶ୍ୱରଙ୍କ ମୃତଦେହ ପହଞ୍ଚିବା ନେଇ ପରିବାର ପକ୍ଷରୁ ସୂଚନା ରହିଛି। ଈଶ୍ୱରଙ୍କ ମୃତ୍ୟୁ ଖବର ପାଇବା ପରେ ଗ୍ରାମରେ ଶୋକ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri