ମୁମ୍ବାଇରେ ଓଡିଆ ଶ୍ରମିକ ମୃତ

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗଣିଆସାହିର ଜଣେ ଯୁବକଙ୍କ ମୁମ୍ବାଇରେ ଗୁରୁବାର ମୃତ୍ୟୁ ହୋଇଛି। ପରିବାର ଚଳାଇବା ପାଇଁ ସେ ଦାଦନ ଖଟିବାକୁ ମୁମ୍ବାଇ ଯାଇଥିଲେ। ଶୁକ୍ରବାର ବୋରିଭାଲି ହସ୍ପିଟାଲରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇଛି। ମୃତକ ହେଲେ ରାଜେନ୍ଦ୍ର ଭାସ୍କର ସେଠୀ (୪୩)। ଗ୍ରାମର ବାୟା ସେଠୀଙ୍କ ପୁଅ ରାଜେନ୍ଦ୍ର ମୁମ୍ବାଇ ସହରର କସ୍ତୁରବା ମାର୍ଗ, ଥାନା ଦୌଲତ ନଗର ବୋରିଭାଲିର ଜୀବନଶୋଭା ନାମକ ଏକ ବିଲ୍ଡର୍ସ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ସେ ୨ ମାସ ତଳେ ଗ୍ରାମକୁ ଆସି ଅଳ୍ପଦିନ ପରିବାର ସହ ବିତାଇ ପୁଣି ମୁମ୍ବାଇ ଫେରି ଯାଇଥିଲେ। ତାଙ୍କର ସ୍ତ୍ରୀ, ୨ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି।
ଗୁରୁବାର ସକାଳୁ ରାଜେନ୍ଦ୍ର ହଠାତ୍‌ ଅଚେତ ଅବସ୍ଥାରେ କମ୍ପାନୀରେ ପଡ଼ି ରହିଥିବା ଦେଖି ଅନ୍ୟ କର୍ମଚାରୀମାନେ ମାଲିକଙ୍କୁ ଜଣାଇ ତାଙ୍କୁ ନିକଟସ୍ଥ ବୋରିଭାଲି ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପରିବାର ଲୋକେ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି। ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅର୍ଥାଭାବ ଯୋଗୁ ପରିବାର ଲୋକେ ମୁମ୍ବାଇ ଯାଇପାରିନାହାନ୍ତି। କମ୍ପାନୀ ମାଲିକ ପରିବାର ଲୋକଙ୍କ ସହ ଯୋଗାଯୋଗ କରି ଆଲୋଚନା କରି ସେଠାରେ ରାଜେନ୍ଦ୍ରଙ୍କ ମୃତଦେହ ସଂସ୍କାର କରାଯାଇଥିବା ଜଣାପଡିଛି। ରାଜ୍ୟ ସରକାର ମୃତକଙ୍କ ପରିବାରକୁ ସହାୟତା ଯୋଗାଇଦେବାକୁ ସରପଞ୍ଚ ଦୀନବନ୍ଧୁ ସେଠୀ ଓ ଗ୍ରାମବାସୀ ଅନୁରୋଧ କରିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ୧୫ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

ମାଡ଼ିଲାଣି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ: ଏକାଠୀ ହେଲେ ୩ ଗ୍ରାମର ବାସିନ୍ଦା

ଛତ୍ରପୁର,୧୮ା୧୦ (ଦିଲ୍ଲୀପ ସାମଲ): ଜଳବାୟୁ ପରିବର୍ତ୍ତନ ହେତୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ସମୁଦ୍ର କୂଳ ଦିନକୁ ଦିନ ଲଙ୍ଘୁଥିବାରୁ ଗଞ୍ଜାମ ଜିଲାର...

ଶ୍ରୀମନ୍ଦିରରେ ସେବାୟତଙ୍କୁ ହାଣିଲେ ଦୁର୍ବୃତ୍ତ, ରକ୍ତ ଜୁଡୁବୁଡୁ ହୋଇ…

ପୁରୀ,୧୮ା୧୦(ଅଜିତ୍‌ କୁମାର ମହାନ୍ତି): କିଛିଦିନର ବ୍ୟବଧାନ ପରେ ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କ ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର...

ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ବିଚାରାଧୀନ ବନ୍ଦୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ...

ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଆହତ

ବାଲିପାଟଣା,୧୮।୧୦: ବାଲିପାଟଣା ଥାନା ଅଧୀନ ଶ୍ରୀରାମପୁର ଗାଁରେ ଶୁକ୍ରବାର ଏକ ସଂଘର୍ଷ ଘଟିଛି। ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି...

ଘରୋଇ ହସ୍ପିଟାଲ ନାଁରେ ଅଙ୍ଗ ଚୋରି ଅଭିଯୋଗ: କବରତଳୁ କଢ଼ାହେଲା ମୃତଦେହ

କଟକ,୧୮।୧୦: କଟକର ଏକ ଘରୋଇ ହସ୍ପିଟାଲ ବିରୋଧରେ ଅଙ୍ଗ ଚୋରି ଅଭିଯୋଗ ହୋଇଛି। କନ୍ଧମାଳ ବାଲିଗୁଡାର ବାବୁଲା ଦିଗାଲଙ୍କ ଅଙ୍ଗ ଚୋରି ହୋଇଥିବା ନେଇ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri