ପରଲୋକରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ପରଲୋକରେ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର। ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

୨୦୧୯ରେ ମସ୍କିଷ୍କ ଏବଂ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ ଥିବା ନେଇ ରାଜେଶ୍ୱରୀ ଫେସ୍‌ବୁକ୍‌ ପୃଷ୍ଠାରେ ସୂଚନା ଦେଇଥିଲେ। ଏହାପରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ସୁସ୍ଥ ହୋଇ ଆସୁଥିଲେ। ଦୀର୍ଘଦିନ ଧରି ଲଢ଼େଇ କରୁଥିଲେ ହେଁ ବୁଧବାର ରାତିରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି।

ତେବେ ରାଜେଶ୍ୱରୀ ଏକାଧିକ ଓଡ଼ିଆ ଧାରାବାହିକରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ । ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ’, ‘ଆରେ ସାଥୀ ଆ’, ‘ବ୍ଲାକ୍‌ମେଲ’ରେ ସେ ପ୍ରଶଂସନୀୟ ଅଭିନୟ କରିଥିଲେ। ସେହିପରି ଧାରାବାହିକ ‘ଉଆଁସୀ କନ୍ୟା’, ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ବାଭିମାନ’, ‘ଦେବୀ’ଆଦିରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଧାରାବାହିକ ଉଆଁସି କନ୍ୟାରେ ଅଳକା ଚରିତ୍ରରେ ସେ ଅଭିନୟ କରି ସେ ଘରେ ଘରେ ପରିଚିତ ଥିଲେ। ବିଶେଷତଃ ଖଳନାୟିକା ଚରିତ୍ର ପାଇଁ ରାଜେଶ୍ୱରୀ ଖୁବ ଲୋକପ୍ରିୟତା ଅର୍ଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ଯୋଜନାରେ ପୁରୁଷ ଆବେଦନ: ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୫ା୧(ସୁନିତ୍‌ ମିଶ୍ର):ସୁଭଦ୍ରା ପୋର୍ଟାଲରେ ପୁରୁଷମାନେ ଆବେଦନ କରିବାକୁ ନେଇ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ଆଉ ଏହି ଘଟଣାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଆଧାରକାର୍ଡ...

ଓଡ଼ିଶାର ୧୯ ଜଣଙ୍କୁ ମିଳିବ ପୋଲିସ ପଦକ

ଭୁବନେଶ୍ୱର,୨୫।୧: ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ପୋଲିସ ପାଇବେ ପଦକ। ସୁପରିଣ୍ଟେଣ୍ଡେଣ୍ଟ ପୋଲିସ ସରୋଜ ସାମଲ ପାଇବେ ରାଷ୍ଟ୍ରପତି ପୁରସ୍କାର। ସେହିପରି କନଷ୍ଟେବଳ ସତ୍ୟବାଦୀ...

ସାମାନ୍ୟ କମିବ ଦିନ ତାପମାତ୍ରା

ଭୁବନେଶ୍ୱର,୨୫ା୧(ଅନୁରାଧା ମହାରଣା):ପୂର୍ବ-ଉତ୍ତରପୂର୍ବ ଦିଗରେ ପଶ୍ଚିମା ଝଡ଼ ଅଗ୍ରସର ହୋଇଥିବା ହେତୁ ରାଜ୍ୟରେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁର ପ୍ରଭାବ ସାମାନ୍ୟ ବୃଦ୍ଧି ହେବାର...

ଉତ୍କଳ ଆଲୁମିନା କ୍ୟାଣ୍ଟିନରେ ନିଆଁ ଲାଗି ଯୁବକ ଗୁରୁତର, କମ୍ପାନୀ ପକ୍ଷରୁ ମିଳିନି ସାହାଯ୍ୟ

ଥୁଆମୂଳ ରାମପୁର,୨୪ା୧(ଦୁର୍ଗା କୀର୍ତ୍ତି): ବହୁ ଚର୍ଚ୍ଚିତ ରାୟଗଡ଼ା ଜିଲା ଦୋରାଗୁଡ଼ା ଥାନା ଅନ୍ତର୍ଗତ ଉତ୍କଳ ଆଲୁମିନା କାରଖାନାର ଏକ କ୍ୟାଣ୍ଟିନରେ ବଡ଼ ଧରଣର ଏକ ଅଘଟଣ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଅଭିଯୋଗ ଆଣିଲେ ଓ୍ବାର୍ଡ ସଭ୍ୟାସଭ୍ୟ

ଦାରିଙ୍ଗବାଡ଼ି,୨୪ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରପଞ୍ଚ ଚନ୍ଦ୍ରିକା ମଲିକଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଭିଯୋଗ ଆଣିଛନ୍ତି ୧୬ ଜଣ ଓ୍ବାର୍ଡ ସଭ୍ୟାସଭ୍ୟ। ଶୁକ୍ରବାର ଏନେଇ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚଳିତ ବର୍ଷ ୪୦ ହଜାର ନୂଆ ନିଯୁକ୍ତି, ଜାଣନ୍ତୁ କେଉଁ ବିଭାଗରେ ମିଳିବ ସୁଯୋଗ

ଭୁବନେଶ୍ୱର,୨୪ା୧: ଚଳିତ ବର୍ଷ ୪୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶୁକ୍ରବାର ବଜେଟ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,...

ନବୋଦୟ ବିଦ୍ୟାଳୟରେ ଝାଡ଼ାବାନ୍ତି: ୧୦୦ ଛାତ୍ରୀଛାତ୍ର ଅସୁସ୍ଥ

ନବରଙ୍ଗପୁର,୨୪।୧: ନବରଙ୍ଗପୁର ଜିଲା ଖାତିଗୁଡ଼ା ସ୍ଥିତ ନବୋଦୟ ବିଦ୍ୟାଳୟରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଥିବା ସୂଚନା...

ଲଜ୍ଜା! ବରଗଡ଼ରେ ନାବାଳିକା ଝିଅକୁ ବଳାତ୍କାର ଉଦ୍ୟମ କଲେ ପିଶାଚ ବାପ

ସରଣ୍ଡା,୨୪।୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜଣେ ବ୍ୟକ୍ତି ତାଙ୍କ ନାବାଳିକା ଝିଅକୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅତାବିରା ଅଞ୍ଚଳରୁ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image