ରାଜକୋଟରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା/ରିଷିଡ଼ା,୩।୧(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କାମଧନ୍ଦା ନ ପାଇ ରାଜକୋଟକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ଅଭିଯୋଗ ହୋଇଛି। ମୃତକ ହେଲେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜାହାଲ ପଞ୍ଚାୟତ ଗଜାହାଲ ଗ୍ରାମର ଶ୍ରମିକ ଇଶାନ ବିଭାର (୩୩)।

ଇଶାନ କିଛିମାସ ତଳେ ଗୁଜରାଟ ରାଜକୋଟ ସହରକୁ କାମ କରିବାକୁ ଯାଇଥିଲେ। ସେ ଏକ ସଂସ୍ଥାରେ କାମ କରୁଥିଲେ। ଇଶାନ କାମ କରୁଥିବା ବେଳେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ପରିବାର ଲୋକେ ଖବର ପାଇବା ପରେ ଗାଁରେ ଶୋକକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ସ୍ବାମୀର ମୃତ୍ୟୁ ଖବର ଶୁଣି ସ୍ତ୍ରୀ ସଞ୍ଜୁ ସୁନା ଅସୁସ୍ଥ ହୋଇ କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

ସମାଜସେବୀ ଚିନ୍ମୟ ମିଶ୍ର ଏବଂ ରିଙ୍କୁ ବାଗ ରାଜ୍ୟସଭା ଏମ୍‌ପି ସୁଜିତ କୁମାରଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଜିଲା ପ୍ରଶାସନର ଉଦ୍ୟମ କ୍ରମେ ମୃତଦେହ ନିଜ ଗାଁ ଗଜାହାଲକୁ ଶନିବାର ପହଞ୍ଚିବ ବୋଲି ପରିବାର ଲୋକେ କହିଛନ୍ତି। ଇଶାନ ଜଣେମାତ୍ର ପରିବାରର ରୋଜଗାରିଆ ବ୍ୟକ୍ତି ଥିଲେ। ଇଶାନଙ୍କ ମୃତ୍ୟୁ ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

ଇଶାନଙ୍କ ୯ ବର୍ଷ ଓ ୭ ବର୍ଷର ଦୁଇ ପୁଅ ଏବଂ ସ୍ତ୍ରୀଙ୍କ ସହ ମା’ ଅଛନ୍ତି। ଏନେଇ ପରିବାର ଲୋକଙ୍କୁ ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡିରେ ପଞ୍ଚୁଦଣ୍ଡ ମିଳନ: ଦେଖିବାକୁ ମିଳିଲା ବନ୍ୟଜନ୍ତୁଙ୍କ ସୁରକ୍ଷାର ଦୃଶ୍ୟ

ଦାରିଙ୍ଗବାଡି,୭।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ମଙ୍ଗଳବାର ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଦ୍ବିପ୍ରହରରେ ଧୂଳି ଦଣ୍ଡ ଅନୁଷ୍ଠିତ ହୋଇଥିଲା। ଏଥିରେ ପାରମ୍ପରିକ...

ତାରାତାରିଣୀଙ୍କ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୪ ମନ୍ତ୍ରୀ-ବିଧାୟକ: ରାଜ୍ୟବାସୀଙ୍କ ବିକାଶ ଲାଗି କଲେ ପ୍ରାର୍ଥନା

ପୁରୁଷୋତ୍ତମପୁର,୮।୪(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦଯାପନ ଘଟିଛି। ମା’ଙ୍କ ଚୈତ୍ରମାସର ଶେଷ ଦର୍ଶନ ଲାଗି...

ଏହି ଦିନଠୁ ପୁରୀରେ ଶ୍ରୀଜିଉଙ୍କ ଧାଡ଼ି ଦର୍ଶନ

ପୁରୀ,୮।୪: ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ଶ୍ରୀଜିଉଙ୍କ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।...

୫୦୦,୧୦୦୦ କି ୧୨୦୦ ନୁହେଁ ୨୯୦୦ଟଙ୍କା ଶସ୍ତା ହେଲା ସୁନା, ଜାଣନ୍ତୁ ୧୦ଗ୍ରାମ ସୁନା ଦାମ୍‌ କେତେ ହେଲା…

ନୂଆଦିଲ୍ଲୀ,୮।୪:ସୁନା ଉପର ଲାଗିଛି ନଜର। ଯେବେଠାରୁ ଚାଇନା ଆମେରିକା ଉପରେ ଶୁଳ୍କ ଲାଗୁ କରିଛି। ସେବେଠାରୁ, ସୁନା ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି।...

ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର: ଏସବୁ ଜିଲାରେ ବର୍ଷା 

ଭୁବନେଶ୍ୱର,୮।୪: ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର । ଏହା  ଲଘୁଚାପ  କ୍ଷେତ୍ରରେ ପରିଣତ ହୋଇଛି। ଦକ୍ଷିଣପଶ୍ଚିମ ପାଶର୍‌ବବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା  ସ୍ପଷ୍ଟଚିହ୍ନିତ ହୋଇଛି। ...

ପୁଣି ଟ୍ରେନ୍‌ ଦୁର୍ଘଟଣା: ଦୁଇ ଫାଳ ହୋଇଗଲା ଫାଲକନମା ଏକ୍ସପ୍ରେସ

ବିଶାଖାପାଟଣା,୮।୪: ପୁଣି ଏକ ଟ୍ରେନ୍‌ ଦୁର୍ଘଟଣା ମଙ୍ଗଳବାର ସାମ୍‌ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ପାଲାସା ସୁମାଦେବୀ ନିକଟରେ ବିଶାଖାପାଟଣା ଦେଇ ସାଲିମର ଯାଉଥିବା ଫାଲକନମା ଏକ୍ସପ୍ରେସ...

ବିଜେଡି ନେତା ସମ୍ବିତ ରାଉତରାୟଙ୍କ ବଡ଼ ବୟାନ: ପାଣ୍ଡିଆନଙ୍କୁ ଅତୀତ କହି…

ଭୁବନେଶ୍ୱର,୪।୮: ୱାକଫ୍‌ ବିଲ ଭୋଟିଂ ନେଇ ରାଜନୀତି ସରଗରମ  ରହିଥିବା ବେଳେ ନବୀନ ନିବାସରେ ହେବିଓ୍ବେଟଙ୍କୁ ନେଇ ଚାଲିଛି ମାନସ ମନ୍ଥନ। ଏପଟେ  ବଡ଼ ବୟାନ...

ଚାଲିଛି ଓଡ଼ିଆ ପକ୍ଷ: ବିଶ୍ୱବିନାୟକ କଲେଜ ପକ୍ଷରୁ ୩୪ ୟୁନିଟ ରକ୍ତ ସଂଗ୍ରହ

ପାଟଣା,୮।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇ ଟାଙ୍ଗିରୀସ୍ଥିତ ବିଶ୍ୱବିନାୟକ ଡିଗ୍ରୀ କଲେଜ ଯୁବ ରେଡକ୍ରସ ଶାଖା ତରଫରୁ ଓଡ଼ିଆ ପକ୍ଷ ଉପଲକ୍ଷେ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image