ଟ୍ରେନରୁ ପଡ଼ି ଆନ୍ଦ୍ରପ୍ରଦେଶରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆନ୍ଦ୍ରପ୍ରଦେଶର ଭିଜିଆନଗରମ୍‌ଠାରେ ଚଳନ୍ତା ଟ୍ରେନରୁ ପଡି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଛତ୍ରପୁର ଥାନା ଅଧୀନ ରାଜନାପଲ୍ଲୀ ଗ୍ରାମର ସନ୍ତୋଷ ପଢ଼ିଆରୀ ଗତ ୪ ମାସ ହେଲା କଳାହାଣ୍ଡି ଜିଲା ଜୁନାଗଡ଼ର ଏକ ହୋଟେଲରେ ସପ୍ଲାଏର ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ସେ ଘରକୁ ଫେରୁଥିବା ବେଳେ ରାତିରେ ଏହି ଘଟଣା ଘଟିଛି। ଭିଜିଆନଗରମ୍‌ ଜିଆର୍‌ପି ପୋଲିସ ମୃତଦେହ ଜବତ କରି ମେଡ଼ିକାଲରେ ରଖିଛି।

ଏପରିକି ପୋଲିସ ଫୋନ ଜବତ କରି ତାଙ୍କ ମୋବାଇଲରୁ ନମ୍ବର ସଂଗ୍ରହ କରି ଶନିବାର ତାଙ୍କ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଥିଲା। ବର୍ତ୍ତମାନ ଛତ୍ରପୁରରୁ ମୃତକଙ୍କ ଳ ୪ଜଣ ସମ୍ପର୍କୀୟ ଟ୍ରେନ ଯୋଗେ ଭିଜିଆନଗରମ୍‌ ବାହାରିଛନ୍ତି l ଅନ୍ୟପକ୍ଷେ ବ୍ୟବଚ୍ଛେଦ ପରେ ମୃତଦେହ ଗ୍ରାମକୁ ଆଣିବା ପାଇଁ ଗ୍ରାମବାସୀ ଛତ୍ରପୁର ଶ୍ରମ ଅଧିକାରୀଙ୍କୁ ଜଣାଇଥିଲେ। ଏହି ପର୍ଯ୍ୟନ୍ତ କୋଣସି ବାଟ ବାହାରି ନ ଥିବା ପୂର୍ବତନ ସମିତି ସଭ୍ୟ ଜୟ ଲେଙ୍କା କହିଛନ୍ତି।