ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ରାଇକିଆ,୧ା୯(ପ୍ରଦୀପ ବେହେରା): କନ୍ଧମାଳରୁ ଯାଇ ବେଙ୍ଗାଲୁରୁଠାରେ କାର୍ଯ୍ୟରତ ଥିବା ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରାଇକିଆ ବ୍ଲକ ଦଡିଙ୍ଗିଆ ପଞ୍ଚାୟତ ଆମ୍ବେଦକର କଲୋନୀର ଲେଈମାନ ଦିଗାଲ।

ଲେଇମନ କିଛି ମାସ ତଳେ ବେଙ୍ଗାଲୁରୁ ଯାଇ ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଗୁରୁବାର ହଠାତ ଅସୁସ୍ଥ ହୋଇଯିବାରୁ ତାଙ୍କୁ ସ୍ଥାନୀୟ ମେଡିକାଲ ନିଆଯାଇଥିଲା। କିନ୍ତୁ ମେଡ଼ିକାଲ ଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ଆଣିବା ନେଇ ସମସ୍ୟା ଉପୁଜିବାରୁ ସ୍ଥାନୀୟ ଲୋକେ ବିଧାୟକ ଏବଂ କନ୍ଧମାଳ ଏମ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲେଇମନଙ୍କ ମୃତଦେହ ଏକ ଆମ୍ବୁଲାନସ ଯୋଗେ ସଡ଼କ ପଥରେ ଗ୍ରାମକୁ ଆଣିବା ବ୍ୟବସ୍ଥା କରାଯାଇଛି।

Share