ଓଡିଆ କରୋନା ଯୋଦ୍ଧାଙ୍କ ନାଁ ଜର୍ସିରେ ଲେଖିଲେ ଏହି କ୍ରିକେଟର୍‌

ଆଇପିଏଲର ୨୦୨୦ ତୃତୀୟ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ ଏକ କାସ୍‌ ମ୍ୟାଚ୍‌ ଥିଲା। କାରଣ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଖେଳାଳିମାନେ ନିଜ ଜର୍ସିରେ କୋଭିଡ ଯୋଦ୍ଧାଙ୍କ ନାଁ ଲେଖି ସେମାନଙ୍କୁ ବିଶେଷ ସମ୍ମାନ ଜଣାଇଛନ୍ତି। ଏହି କ୍ରମରେ ଦକ୍ଷିଣ ଆଫ୍ରିକା ଖେଳାଳି କ୍ରିସ ମୋରିସ ନିଜ ଜର୍ସିରେ ଓଡିଆ କୋଭିଡ ଯୋଦ୍ଧା ନୀଳାଚଳ ପରିଡାଙ୍କ ନାଁ ଲେଖିଛନ୍ତି। ଏହାସହ ମୋରିସ ନିଜ ଟୁଇଟର ଆକାଉଣ୍ଟ ନାଁ ମଧ୍ୟ ପରିବର୍ତ୍ତନ କରି ନୀଳାଚଳ ପରିଡା ଲେଖିଛନ୍ତି । ଏନେଇ ମୋରିସ ଟୁଇଟ୍‌ କରି କହିଛନ୍ତି ଲକଡାଉନ ସମୟରେ ନୀଳାଚଳ ପରିଡା ପନିପରିବା ଦୋକାନ କରି ବରିଷ୍ଠ ନାଗରିକଙ୍କୁ ମାଗଣାରେ ପରିବା ଦେଇଥିଲେ। ତାଙ୍କୁ ସଲାମ ଜଣାଉଛି। ମୁଁ ତାଙ୍କୁ ଉତ୍ସର୍ଗ କରି ଜର୍ସି ପିନ୍ଧିଛି ବୋଲି ସେ କହିଛନ୍ତି। କେବଳ ମୋରିସ ନୁହେଁ ବାଙ୍ଗାଲୋରର ସମସ୍ତ ଖେଳାଳି ନିଜ ଜର୍ସିରେ କୋଭିଡ ଯୋଦ୍ଧାଙ୍କ ନାଁ ଲେଖି ପଡିଆକୁ ଓହ୍ଲାଇଥିଲେ। ସୂଚନାଯୋଗ୍ୟ, ଭୁବନେଶ୍ୱରର ନୀଳାଚଳ ପରିଡା ଜଣେ ପର୍ବତାରୋହୀ। ଗତ କିଛି ବର୍ଷ ହେବ ସେ ଡ୍ରାଇଭର୍‌ ଭାବେ କାର୍ଯ୍ୟ କରି କିଛି ଟଙ୍କା ସଞ୍ଚୟ କରିଥିଲେ। ଏପ୍ରିଲ ମାସ ପ୍ରଥମ ସପ୍ତାହରେ ପର୍ବତାରୋହଣ ପାଇଁ ଋଷିଆ ଯାଇଥାନ୍ତେ ନିଳାଚଳ। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ତାଙ୍କ କାର୍ଯ୍ୟକ୍ରମ ବାତିଲ ହୋଇଯାଇଥିଲା। ଏପହାରେ କରୋନା ସମୟରେ ସେ ଲୋକଙ୍କ ସହାୟତା ପାର୍ଇ ଆଗେଇ ଆସିଥିଲେ। ବରିଷ୍ଠ ନାଗରିକଙ୍କ ପାଇଁ ମାଗଣାରେ ପରିବା ଦେବା ସହ ମାସ୍କ ଏବଂ ସାମାଜିକ ଦୂରତା ଅବଲମ୍ବନ ପାଇଁ ସେ ଲୋକଙ୍କ ସଚେତନ କରୁଥିଲେ।

Share